ଆଜିଠାରୁ ସଂସଦର ବଜେଟ ଅଧିବେଶନ, ଗଣମାଧ୍ୟମ ସହ ମୋଦୀ କରିବେ ଆଲୋଚନା
Khabar Odisha:Nation-Budget-session-start-of-parliament-starts-from-today-PM-Modi-will-interact-with-the-media

ନୂଆଦିଲ୍ଲୀ, ଜୁନ ୧୭ (ଖବର ଓଡ଼ିଶା): ସଂଦଦର ବଜେଟ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେଉଛି । ଆଜି ନବନିର୍ବାଚିତ ସାଂସଦମାନଙ୍କୁ ଶପଥ ଦିଆଯିବାର କାର୍ଯ୍ୟକ୍ରମ ରହିଛି । ପ୍ରୋଟେମ ସ୍ପିକର ସାଂସଦମାନଙ୍କୁ ଶପଥ ଗ୍ରହଣ କରାଇବେ । ସୂଚନାଯୋଗ୍ୟ ଜୁନ ୧୯ରେ ଲୋକସଭାରେ ସ୍ଥାୟୀ ବାଚସ୍ପିତି ପାଇଁ ନିର୍ବାଚନ ହେବ । ସଂସଦର ଏହି ଅଧିବେଶନରେ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରାଯିବ । ସେହିଭଳି ତିନ ତଲାକ ଭଳି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବାର ଆଶା କରାଯାଉଛି । ଅଧିବେଶନ ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣମାଧ୍ୟମର ପ୍ରତିନିଧିଙ୍କ ସହ ଆଲୋଚନା କରିବେ । 

ବଜେଟ ଆଗତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ସେ ଜୁନ ୧୯ରେ ସମସ୍ତ ଦଳର ମୁଖ୍ୟଙ୍କୁ ‘ଏକ ଦେଶ, ଏକ ନିର୍ବାଚନ’ ପ୍ରସଙ୍ଗ ତଥା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ପାଇଁ ଆମନ୍ତ୍ରିତ କରିଛନ୍ତି । 

ଲୋକସଭାରେ ଏଥର ଅନେକ ନୂତନ ମୁହଁ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ନିମ୍ନ ସଦନର ପ୍ରଥମ ଅଧିବେଶନ ନୂତନ ଉତ୍ସାହ ଓ ଭାବନାରୁ ଆରମ୍ଭ ହେବା ଦରକାର । ସର୍ବଦଳୀୟ ବୈଠକରେ କଂଗ୍ରେସ ସରକାରଙ୍କ ସହିତ ବେରୋଜଗାର, ଚାଷୀ ସମସ୍ୟା, ମରୁଡି ଓ ସାମ୍ବାଦିକଙ୍କ ସ୍ୱାଧୀନତା ଉପରେ ପ୍ରସଙ୍ଗ ଉଠାଇବ । ବିରୋଧୀ ଦଳ ଜମ୍ମୁ କଶ୍ମୀରରେ ଖୁବ ଶୀଘ୍ର ବିଧାନସଭା ନିର୍ବାଚନ କରିବାକୁ ଦାବି କରିଛନ୍ତି । 

ଭାରତୀୟ ଜନତା ପାର୍ଟି ରବିବାର ସଂସଦୀୟ ଦଳର ବୈଠକ କରିଛି । ଏହାରି ମାଧ୍ୟମରେ ପ୍ରଧାନମନ୍ତ୍ରୀ ସମସ୍ତ ଭାରତୀୟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ, ତାଙ୍କର ସରକାର ନୂତନ ବିଧେୟକ ଆଗତ କରିବାରେ ଅଗ୍ରଣୀ ରହିବ । ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଭାବନା ନେଇ ସରକାର ଆଗକୁ ବଢ଼ିବ । ଚଳିତ ଅଧିବେଶନ ଜୁଲାଇ ୨୬ରେ ଶେଷ ହେବ । ଏହାରି ମଧ୍ୟରେ ୩୦ଟି ବୈଠକ ବସିବ ।  

 

  • Tags:

Subscribe

National International State Sports Entertainment