ଆୟୁଷ୍ମାନ ଦୁର୍ନୀତି ମାମଲା: ୫ ଦିନ ହେବ ଲେଖା ଚାଲିଛି ଦେଶର ବଡ଼ ଏତଲା
Khabar Odisha:Nation-Biggest-fir-being-registered-in-Ayushman-scam-in-Udhamsinghnagar

ଡେରାଡୁନ, ସେପ୍ଟେମ୍ବର ୨୧ (ଖବର ଓଡ଼ିଶା): ଉତ୍ତରାଖଣ୍ଡର ଉଦ୍ଦାମସିଂହନଗର ଜିଲ୍ଲାର କାଶୀପୁର କୋତୱାଲିରେ ପ୍ରଥମ ଥର ଦେଶର ସବୁଠାରୁ ବଡ଼ ଏତଲା ଲେଖାଯାଉଛି । ଏହ ଏତଲା ରାଜ୍ୟରେ ଚାଲିଥିବା ଅଟଳ ଆୟୁଷ୍ମାନ ସ୍ୱାସ୍ଥ୍ୟ ଯୋଜନାରେ ହୋଇଥିବା ଦୁର୍ନୀତି ଉପରେ ଲେଖାଚାଲିଛି । 

ପୋଲିସ ସୂତ୍ର ଅନୁସାରେ ରିପୋର୍ଟ ଲେଖିବାର ୪ ଦିନ ଅତିକ୍ରମ ହୋଇଯାଇଛି । ଏହାକୁ ସଂପୂର୍ଣ୍ଣ କରିବାକୁ ଆହୁରି ଦିନେ ବା ୨ ଦିନ ଲାଗିପାରେ । ଉତ୍ତରାଖଣ୍ଡ ଅଟଳ ଆୟୁଷ୍ମାନ ସ୍ୱାସ୍ଥ୍ୟ ଯୋଜନାର ନିର୍ବାହୀ ଅଧିକାରୀ ଧନେଶ ଚନ୍ଦ୍ରଙ୍କ ତରଫରୁ କାଶୀପୁରର ୨ ହସ୍ପିଟାଲ ପରିଚାଳକଙ୍କ ବିରୋଧରେ ପୋଲିସକୁ ଅବଗତ କରାଯାଇଛି । ଏକ ସପ୍ତାହ ପୂର୍ବରୁ ଏହା ପୋଲିସକୁ ଦିଆଯାଇଛି ।  

ଅଧିକ ବିବରଣୀ ଥିବାରୁ ହସ୍ପିଟାଲ ପରିଚାଳକଙ୍କ  ବିରୋଧରେ ଅନଲାଇନ ଏଫଆଇଆର ରୁଜୁ ହୋଇପାରିବ ନାହିଁ । ଅଟଳ ଆୟୁଷ୍ମାନ ଦୁର୍ନୀତିରେ କାଶୀପୁରର ୨ ହସ୍ପିଟାଲ ବିରୋଧରେ ଦିଆଯାଉଥିବା ଏତଲା କାଶୀପୁର ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ହିନ୍ଦି ଓ ଇଂରାଜୀ ଭାଷାରେ ପଠାଯାଇଥିବା ଉଭୟ ଏତଲା ଲେଖିବାରେ ଥାନାର ମୁହରିଙ୍କ ଝାଳ ବୋହିଯାଇଛି । ସୂଚନାଯୋଗ୍ୟ ଯେ, ସ୍ୱାସ୍ଥ୍ୟ ବିଭାଗର ଟିମ ଅଟଳ ଆୟୁଷ୍ମାନ ଯୋଜନାରେ ରାମନଗର ରୋଡସ୍ଥିତ ଏମପି ହସ୍ପିଟାଲ ଓ ତହସିଲ ରୋଡସ୍ଥିତ ଦେବକୀନନ୍ଦନ ହସ୍ପିଟାଲରେ ପ୍ରବଳମାତ୍ରାରେ ଅନିୟମିତତା ଦେଖିବାକୁ ମିଳିଥିଲା । ଭାରତ ସରକାରଙ୍କ ସଫ୍ଟୱେର ମାଧ୍ୟମରେ ଏହି ଦୁର୍ନୀତିକୁ ସ୍ପଷ୍ଟ କରାଯାଇଥିଲା । ହସ୍ପିଟାଲ ପରିଚାଳକ ନିୟମ ଉଲଂଘନ କରି ନକଲି ବିଲ ମାଧ୍ୟମରେ ରୋଗୀଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ ।  

  • Tags:

Subscribe

National International State Sports Entertainment