ପୂରା ହେଉଛି ମୋ ହୃଦୟର ସ୍ୱପ୍ନ, ଆଜିର ଦିନ ଐତିହାସିକ: ଲାଲକୃଷ୍ଣ ଆଡଭାନୀ
Khabar Odisha:Nation-Ayodhya-Ram-Mandir-Bhumipujan-Bharatiya-Janta-Party-leader-LK-Advani-statement-on-VC-release

ନୂଆଦିଲ୍ଲୀ, ଅଗଷ୍ଟ ୦୫ (ଖବର ଓଡ଼ିଶା): ଅଯୋଧ୍ୟାରେ ଆଜି ଅନୁଷ୍ଠିତ ହେଉଥିବା ରାମ ମନ୍ଦରର ଭୂମିପୂଜନ କାର୍ଯ୍ୟକ୍ରମ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ସେ ଏଥିରେ କହିଛନ୍ତି, ମୋର ହୃଦୟର ସ୍ୱପ୍ନ ପୂରା ହେଉଛି । ବୁଧବାର ଦିନ ସମସ୍ତ ଭାରତୀୟଙ୍କ ଲାଗି ଐତିହାସିକ । 

ଲାଲକୃଷ୍ଣ ଆଡ଼ଭାନୀ କହିଛନ୍ତି, କେବେ କେବେ କୌଣସି ଜୀବନର ଗୁରୁତ୍ୱପୂର୍ଣ୍ଣ ସ୍ୱପ୍ନ ପୂରା ହେବାକୁ ବହୁ ସମୟ ଲାଗିଥାଏ । କିନ୍ତୁ ଯେତେବେଳେ ଏହା ସାର୍ଥକ ହୋଇଥାଏ, ମନକୁ ଅପୂର୍ବ ଶାନ୍ତି ପ୍ରାପ୍ତ ହୋଇଥାଏ । ମୋର ହୃଦୟ ଏଭଳି ଏକ ସ୍ଥିତିକୁ ପହଂଚିଛି ବୋଲି ଶ୍ରୀ ଆଡ଼ଭାନୀ କହିଛନ୍ତି । 

ନିଜର ବାର୍ତ୍ତାରେ ଆଡ଼ଭାନୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀରାମଙ୍କ ଜନ୍ମସ୍ଥଳୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନ କରିବେ । ଏହା ବାସ୍ତବରେ ମୋ ପାଇଁ ଏବଂ ଭାରତୀୟଙ୍କ ଲାଗିଐତିହାସିକ ଏବଂ ଭାବନାତ୍ମକ ଦିନଟିଏ । ରାମ ମନ୍ଦିର ଆନ୍ଦୋଳନର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହୋଇଥିବା ବିଜେପିର ବରିଷ୍ଠ ନେତା କହିଛନ୍ତି, ରାମ ଜନ୍ମଭୂମିରେ ରାମ ମନ୍ଦିର ନିର୍ମାଣ ଭାରତୀୟ ଜନତା ପାର୍ଟିର ମିଶନ ରହିଛି । 

ଲାଲକୃଷ୍ଣ ଆଡ଼ଭାନୀ ନିଜର ବାର୍ତ୍ତାରେ ରଥଯାତ୍ରାକୁ ମଧ୍ୟ ମନେ ପକାଇଛନ୍ତି । ସେ କହିଛନ୍ତି, ମୁଁ ମନେକରୁଛି ଯେ, ରାମ ଜନ୍ମଭୂମି ଆନ୍ଦୋଳନ ସମୟରେ, ୧୯୯୦ରେ ସୋମନାଥରୁ ଅଯୋଧ୍ୟା ପର୍ଯ୍ୟନ୍ତ ରଥ ଯାତ୍ରା ଲାଗି ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ସଂପାଦନ କରିଥିଲି । ଏଥିରେ ବହୁ ସଂଖ୍ୟାରେ କର୍ମୀ ଯୋଗଦେଇଥିଲେ । ରାମ ଜନ୍ମଭୂମି ଆନ୍ଦୋଳନରେ ବହୁମୂଲ୍ୟ ଯୋଗଦାନ ଏବଂ ବଳିଦାନ ଦେଇଥିବା ଭାରତ ଏବଂ ବିଶ୍ୱର ସାଧୁ ସନ୍ଥ, ନେତା ଓ ଲୋକଙ୍କ ଆଗ୍ରହକୁ ଧନ୍ୟବାଦ ଜଣାଉଛି । ଏହା ଭାରତୀୟମାନଙ୍କ ମନରେ ବନ୍ଧନକୁ ମଜବୁତ କରିବାର ରାସ୍ତା ତିଆରି କରିବ । 

ବିଜେପିର ଏହି ବରିଷ୍ଠ ନେତା କହିଛନ୍ତି, ଭାରତର ସାଂସ୍କୃତିକ ଓ ସଭ୍ୟତାର ସଂପତ୍ତିରେ ଏକ ସମ୍ମାନିତ ସ୍ଥାନ ରହିଛି ଏବଂ ଅନୁଗ୍ରହ, ଗାରିମା ଓ ଅଳଂକରଣର ପ୍ରୀତକ । ଏହା ମୋର ବିଶ୍ୱାସ ଯେ, ଏହି ମନ୍ଦିର ସମସ୍ତ ଭାରତୀୟଙ୍କୁ ତାଙ୍କର ଗୁଣ ସଂପର୍କରେ ସୂଚନା ପ୍ରଦାନ କରିବ । 

 

  • Tags:

Subscribe

National International State Sports Entertainment