ଜମ୍ମୁ କଶ୍ମୀର: କୁଲଗାମରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀର ଏନକାଉଣ୍ଟର ଜାରି
Khabar Odisha:Nation-An-encounter-has-started-at-Sighanpor-area-of-Kulgam-Police-and-security-forces-are-on-the-job

ଶ୍ରୀନଗର, ଅଗଷ୍ଟ ୦୯ (ଖବର ଓଡ଼ିଶା): ଜମ୍ମୁ କଶ୍ମୀରର ସିଘନପୋରରେ ଆଜି ଭୋରରୁ ଏନକାଉଣ୍ଟ ଆରମ୍ଭ ହୋଇଯାଇଛି । ଆତଙ୍କବାଦୀଙ୍କ ଗତିବିଧି ଜଣାପଡ଼ିବା ପରେ ସୁରକ୍ଷା ବାହିନୀର ଯବାନମାନେ ଏହି ଏନକାଉଣ୍ଟ କରିଛନ୍ତି । କଶ୍ମୀର ଜୋନ ପୋଲିସ ଗଣମାଧ୍ୟମକୁ ଏହି ସୂଚନା ଦେଇଛି । 

ସୂଚନା ଅନୁସାରେ କୁଲଗାମର ସିଘନପୋର ଅଂଚଳରେ ଆତଙ୍କବାଦୀମାନେ ଲୁଚିଥିବା ସୁରକ୍ଷା ବାହିନୀକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହା ପରେ ସ୍ଥାନୀୟ ପୋଲିସର ସହଯୋଗରେ ଯବାନମାନେ ଅତର୍କିତ ଚଢ଼ାଉ କରି ସଂପୃକ୍ତ ଅଂଚଳକୁ ଘେରା ବନ୍ଦୀ କରି ରଖିଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ଏନକାଉଣ୍ଟର ଜାରି ରହିଛି । 

 

  • Tags:

Subscribe

National International State Sports Entertainment