ଅଲକାଏଦା କମାଣ୍ଡର ଅସିମଙ୍କ ବଂଶଧର ଥିଲେ ଗ୍ରାମପ୍ରଧାନ, ସ୍ୱାଧୀନତା ସଂଗ୍ରାମୀ ଓ ଅଧିକାରୀ
Khabar Odisha:Nation-Al-Qaida-commander-ancestors-included-dm-village-head-and-freedom-fighter

ସମ୍ଭଲ, ଅକ୍ଟୋବର ୧୦ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାର ଦୀପା ସରାଇ ଅଂଚଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଯିବା ସ୍ୱାଭାବିକ କଥା । ଏହି ଅଞ୍ଚଳରେ ୪ ବର୍ଷ ପରେ ପୁଣି ଥରେ ଏକ ବଡ଼ ଖବର ଦେଖାଯାଇଛି । ଆମେରିକା ଏୟାର ଷ୍ଟ୍ରାଇକରେ ନିହତ ହୋଇଥିବା ଅଲକାଏଦା କମାଣ୍ଡର ମୌଲାନା ଅସିଫ ଉମର ଥିଲା ସମ୍ଭଳ ଅଞ୍ଚଳର ଯୁବକ । ଅସିଫର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ଚାଲିଛି । ଅସିମ ଉମର ଆତଙ୍କବାଦୀର ଏକ ଜଣାଶୁଣା ବ୍ୟକ୍ତି ଥିବାରୁ ତାକୁ ଭାରତୀୟ ଉପଦୀପର କମାଣ୍ଡର କରାଯାଇଥିଲା । ଅଲକାଏଦା ମୁଖ୍ୟ ଅୟମାନ ଅଲଜବାହିରୀଙ୍କ ଠାରୁ ଅସିମ କମାଣ୍ଡର ଦାୟିତ୍ୱ ନେଇଥିଲା । ଅସିମଙ୍କ ବଂଶଧର ଗ୍ରାମପ୍ରଧାନ, ସ୍ୱାଧୀନତା ସଂଗ୍ରାମୀ ଓ ଅଧିକାରୀ ଥିଲେ କିନ୍ତୁ ସେ ନିଜ ବଂଶର ବିରୋଧୀ କାମ କରିଥିଲା । 

ଅସିମର ଭାଇ ଅଧ୍ୟାପକ ରିଜୱାନ ଏକ ଗଣମାଧ୍ୟମକୁ କହିଛନ୍ତି, ମଙ୍ଗଳବାର ଗୁଇନ୍ଦା ସଂସ୍ଥା ମାଧ୍ୟମରେ ଆମକୁ ଏହି ଖବର ମିଳିଥିଲା । ତା’ର ମୃତ୍ୟୁରେ ଆମକୁ କୌଣସି ପ୍ରକାରର ଖରାପ ଲାଗୁ ନାହିଁ । ସେ ୧୯୯୮ରେ ଆମକୁ ଛାଡ଼ି ଚାଲିଯାଇଥିଲା, ସେତେବେଳେ ତାକୁ ୧୮ ବର୍ଷ ବୟସ ହୋଇଥିଲା । ସେହିଦିନ ଠାରୁ ତା’ ବାବଦରେ ଆମକୁ କୌଣସି ଖବର ନ ଥିଲା । 

କିଛି ବର୍ଷ ପୂର୍ବରୁ ଏହି ଅଞ୍ଚଳରେ ରହିବାକୁ ଆସିଥିବା ଇରଫାନ ଉଲ ହକ ଓ ରୁକୈୟାଙ୍କ ପୁଅ ସନାଉଲ ହକକୁ ଅଲକାଏଦାର ମୁଖ୍ୟ ଅୟମାନ ଉଲ ଜବାହିରୀ ୨୦୧୦ରେ ଭାରତୀୟ ଉପମହାଦୀପର କମାଣ୍ଡର କରିଥିଲା । ବର୍ଷ ୨୦୧୫ରେ ଆତଙ୍କବାଦୀ ଅସିମ ଉମରଙ୍କ ମା’ ଯେତେବେଳେ ଶୁଣିଥିଲେ, ପୁଅ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଛି, ସେହି ସମୟରେ ସେ କହିଥିଲେ, ଅସିମ ଆମ ପାଇଁ ମରିଯାଇଛି । ସେହିପରି ପିତା ଯେତେବେଳେ ଜାଣିପାରିଥିଲେ ଯେ, ପୁଅ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଛି, ତେବେ ଠାରୁ ସେ ଖବରକାଗଜରେ ବିଜ୍ଞାପନ ପ୍ରକାଶ କରି ଅସିମ ଠାରୁ ସଂପର୍କ ଶେଷ କରି ଦେଇଥିଲେ । 

  • Tags:

Subscribe

National International State Sports Entertainment