ଆଜି ଦେଶର ୫୧ ବିଧାନସଭା ଆସନରେ ଉପନିର୍ବାଚନ, ବିଜେପୁର ଆସନରେ ବି ଭୋଟିଂ
Khabar Odisha:Nation-51-assembly-constituency-voting-today-11-seats-in-Uttar-Pradesh-including-Rampur

ନୂଆଦିଲ୍ଲୀ/ଭୁବନେଶ୍ୱର, ଅକ୍ଟୋବର ୨୧ (ଖବର ଓଡ଼ିଶା): ମହାରାଷ୍ଟ୍ର ଓ ହରିୟାଣାର ୨୮୮ ବିଧାନସଭା ଆସନ ସହିତ ଦେଶର ବିଭିନ୍ନ ରାଜ୍ୟର ୫୧ଟି ବିଧାନସଭା ଆସନରେ ସୋମବାର ଉପନିର୍ବାଚନ ପାଇଁ ମତଦାନ ହେଉଛି । ଉତ୍ତର ପ୍ରଦେଶରେ ସର୍ବାଧିକ ୧୧ଟି ଆସନରେ ଉପନିର୍ବାଚନ ହେଉଥିବା ବେଳେ ଓଡ଼ିଶାର ବିଜେପୁର ଆସନରେ ମଧ୍ୟ ଭୋଟିଂ ହେଉଛି । ଉତ୍ତର ପ୍ରଦେଶର ପ୍ରଭାବଶାଳୀ ରାମପୁର ଆସନରେ ମଧ୍ୟ ଆଜି ମତଦାନ ହେଉଛି । ଏଠାରେ ହାଇପ୍ରୋଫାଇଲ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଭାରତୀୟ ଜନତା ପାର୍ଟି, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଓ କଂଗ୍ରେସ ମଧ୍ୟରେ ଏଠାରେ ମୁକାବିଲା ହେବ । ସେହିପରି ବିଜେପୁର ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେବା ପରେ ଏଠାରେ ପୁଣି ଥରେ ଉପନିର୍ବାଚନ ହେଉଛି । ବିଜେପୁରରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ଅନୁମାନ କରାଯାଉଛି । 

ଗୁଜୁରାଟର ୬ଟି ଆସନ, ବିହାରର ୫ଟି, ଆସାମର ୪ଟି ଆସନରେ ମତଦାନ ହେଉଛି । ସେହିଭଳି ହିମାଚଳ ପ୍ରଦେଶ ଓ ତାମିଲନାଡୁର ୨-୨ ଆସନରେ ଉପନିର୍ବାଚନ ହେଉଛି । ପଞ୍ଜାବର ୪ଟି, କେରଳର ୫ଟି, ସିକିମର ୩ଟି ଆସନରେ ମତଦାନ ହେଉଛି । ରାଜସ୍ଥାନର ୨ଟି, ଅରୁଣାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା (ବିଜେପୁର), ଛତିଶଗଡ଼, ପଣ୍ଡିଚେରୀ, ମେଘାଳୟ ଓ ତେଲେଙ୍ଗାନା ବିଧାନସଭାର ୧-୧ ଆସନ ପାଇଁ ମତଦାନ ହେବ ।  

  • Tags:

Subscribe

National International State Sports Entertainment