ହିମାଚଳ ପ୍ରଦେଶର ଚମ୍ବାରେ ମୃଦୁ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୨.୪
Khabar Odisha:Nation-24-magnitude-earthquake-strikes-Himachal-Pradeshs-Chamba

ଚମ୍ବା, ଫେବୃଆରୀ ୨୫ (ଖବର ଓଡ଼ିଶା): ହିମାଚଳ ପ୍ରଦେଶର ଚମ୍ବାରେ ଗୁରୁବାର ଭୋରରୁ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ (ଏନସିଏସ) ତରଫରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୪ ମପାଯାଇଛି । 

ଏନସିଏସ ମୁତାବକ, ଭୂକମ୍ପ ଭୋର ୩ଟା ୫୫ମିନିଟରେ ଅନୁଭୂତ ହୋଇଥିଲା । ଏହାପୂର୍ବରୁ ହିମାଚଳ ପ୍ରଦେଶର କଙ୍ଗରା ଠାରେ ରାତି ୨ଟା ୩୩ମିନିଟରେ ମଧ୍ୟ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା । ଏହା ରିକ୍ଟର ସ୍କେଲରେ ୨.୨ ମପାଯାଇଥିଲା । ଭକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାଯାଇଛି । 

 

  • Tags:

Subscribe

National International State Sports Entertainment