ପ୍ରତିରକ୍ଷା ମନ୍ତ୍ରାଳୟର ନୂଆ ନିୟମ, ଏଣିକି ଭାରତୀୟ ସେନା ଉପରେ ଚଳଚ୍ଚିତ୍ର ନିର୍ମାଣ କରିବା ପୂର୍ବରୁ ନେବାକୁ ପଡିବ NOC
Khabar Odisha:Ministry-of-Defense---NOC-to-be-taken-before-broadcasting-web-series-and-film-on-army
ନୂଆଦିଲ୍ଲୀ, ଜୁଲାଇ ୩୧ (ଖବର ଓଡ଼ିଶା):

ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଚଳଚ୍ଚିତ୍ର ତଥା ୱେବ୍ ସିରିଜରେ ଭାରତୀୟ ସେନାର ଯବାନ ଏବଂ ସାମରିକ ପୋଷାକର ଦୂରୁପଯୋଗ କରାଯାଉଥିବା ନେଇ କିଛି ଅଭିଯୋଗ ଆସିଛି । ଏହି ଅଭିଯୋଗ ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଆନୁଷ୍ଠାନିକ ଭାବେ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫ୍ସି), ମେଟିଟି) ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ଭାରତୀୟ ସେନା ଉପରେ ଏଣିକି ଚଳଚ୍ଚିତ୍ର / ଡକ୍ୟୁମେଣ୍ଟାରୀ / ୱେବ୍ ସିରିଜ୍ ପ୍ରସାରଣ କରିବା ପୂର୍ବରୁ ପ୍ରଡକ୍ସନ୍ ହାଉସ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରଣାଳୟରୁ NOC ନେବା ପାଇଁ କୁହାଯାଇଛି | NOC ବିନା ଭାରତୀୟ ସେନା ଉପରେ ନିର୍ମିତ କୌଣସି ଚଳଚ୍ଚିତ୍ର କିମ୍ୱା ଦୃଶ୍ୟ ପ୍ରସାରିତ ହୋଇପାରିବ ନାହିଁ |

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟକୁ କୁହାଯାଇଛି ଯେ ପ୍ରତିରକ୍ଷା ବାହିନୀର ଭାବମୂର୍ତ୍ତିକୁ ନଷ୍ଟ କରୁଥିବା ତଥା ପ୍ରତିରକ୍ଷା କର୍ମଚାରୀ ଏବଂ ବରିଷ୍ଠ ଅଧିକାରୀଙ୍କ ଭାବନାକୁ ଆଘାତ ଦେଇଥିବା ଘଟଣାକୁ ରୋକିବା ପାଇଁ ଏହି ସବୁ କାର୍ଯ୍ୟ କରାଯାଉଛି।

ପ୍ରତିରକ୍ଷା ମନ୍ତ୍ରଣାଳୟକୁ ମିଳିଥିବା ଅଭିଯୋଗରେ ସଶସ୍ତ୍ର ବାହିନୀର ଭାବମୂର୍ତ୍ତିକୁ ଖରାପ ପ୍ରଦର୍ଶନ କରିଥିବା କୁହାଯାଇଛି ଯେ ALT ବାଲାଜୀରେ ପ୍ରସାରିତ ୱେବ୍ ସିରିଜ୍ କୋଡ୍ ଏମ୍ ଏବଂ G5 XX ଅନ୍ସେନ୍ସୋର୍ଡ (ସିଜନ୍-୨) ଭଳି ସିରିଜ୍ ସେନା ବିଷୟରେ କିଛି ଦୃଶ୍ୟ ଦର୍ଶାଇଛି। ଯାହା ସେନାର ବାସ୍ତବତାଠାରୁ ବହୁତ ଦୂରରେ |

କେବଳ ଏତିକି ନୁହେଁ, ସେନାର ଯେଉଁ ସବୁ ଦୃଶ୍ୟ ଏହି ୱେବ ସିରିଜରେ ଦେଖାଯାଇଛି ତାହା ସଶସ୍ତ୍ର ବାହିନୀର ଏକ ଖରାପ ଚିତ୍ର ଲୋକଙ୍କ ସମ୍ମୁଖରେ ରଖାଯାଉଛି | କେତେକ ଭାରତୀୟ ନାଗରିକ ଏବଂ ପୂର୍ବତନ ସେନା ସଂଗଠନ ମଧ୍ୟ ନିର୍ମାତା ଏବଂ OTT ପ୍ଲାଟଫର୍ମ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ALT ବାଲାଜୀ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି ।

  • Tags:

Subscribe

National International State Sports Entertainment