ଇଭେଣ୍ଟ ଆଙ୍କର୍ ସହ ଗଣଦୁର୍ଷ୍କମ, ଘଟଣା ସମ୍ପର୍କରେ କହିଲେ ଜୀବନରୁ ମାରିଦେବାକୁ ଧମକ
Khabar Odisha:Massacre-with-event-anchor-threatening-to-kill-anyone-who-told-about-the-incident
ପାଟନା, ସେପ୍ଟେମ୍ବର ୧୯(ଖବର ଓଡିଶା):

ଥମିବାର ନାଁ ଧରୁନି ଦୁର୍ଷ୍କମ ଘଟଣା । ପ୍ରତିଦିନ ମହିଳାଙ୍କ ସହିତ ଗଣଦୁର୍ଷ୍କମ ହୋଇଥିବା ଘଟଣା ସାମ୍ନାକୁ ଆସୁଛି । ତେବେ ବି ହାରର ପାଟଣାରେ କୋଲକାତାର ଇଭେଣ୍ଟ ଆଙ୍କର ସହ ଗଣଦୁର୍ଷ୍କମ ହୋଇଥିବା ନେଇ ଜଣାପଡିଛି । ତେବେ ଏହି ଗଣଦୁର୍ଷ୍କମ ପାଟନାର ଏକ ହୋଟେଲ ରୁମ୍‌ରେ ହୋଇଥିବା ସୂଚନା ମିଳିଛି । ଜଣେ ଇଭେଣ୍ଟ ଆଙ୍କର ଜଣକ ଯଦି କାହାକୁ ଏବିଷୟରେ କୁହନ୍ତି ତେବେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦିଆଯାଇଛି । 

ସୂଚନା ଅନୁସାରେ, ମୁଜାଫରପୁରର ହର୍ଷ ରଞ୍ଜନ ଓ ତାର ସାଙ୍ଗ ବିକ୍ରାନ୍ତ କେଜିୱାଲ୍ କୋଲକାତାର ଜଣେ ଇଭେଣ୍ଟ ଆଙ୍କର ସହିତ ହୋଟେଲ ରୁମ୍‌ରେ ଗଣଦୁର୍ଷ୍କମ କରିଥିଲେ । ଏହାପରେ ଜୁଲାଇ ୩ ତାରିକରେ ହୋଟେଲ ଛାଡିବା ସମୟରେ ପୀଡିତାଙ୍କୁ ଗର୍ଭନିରୋଧକ ଔଷଧ ଖାଇବାକୁ ଦେଇଥିଲେ । ଯଦି ଘଟଣା ସମ୍ପର୍କରେ କାହାକୁ କୁହନ୍ତି ତେବେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଜଣାପଡିଛି । 

ପରେ ପୀଡିତା ଜଣକ ପାଟନାରେ ପହଞ୍ଚିଥିଲେ । ଏହାସହିତ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ସେପଟେ କୋଲକାତା ପୋଲିସ ଘଟଣାକୁ କେନ୍ଦ୍ର କରି ମାମଲା ରୁଜୁ କରିଛି । ମାତ୍ର ଏଯାଏ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି ।

  • Tags:

Subscribe

National International State Sports Entertainment