ଆଜି ପବିତ୍ର ମକର ସଂକ୍ରାନ୍ତି ଓ ପୋଙ୍ଗଲ, ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
Khabar Odisha:Makar-sankranti-wish-from-PM-and-union-Minister
ଭୁବନେଶ୍ୱର, ଜାନୁଆରୀ 14 (ଖବର ଓଡିଶା) :

ଆଜି ପବିତ୍ର ମକର ସଂକ୍ରାନ୍ତି ଓ ପୋଙ୍ଗଲ । ସାରା ଭାରତରେ ଆଜି ମକର ସଂକ୍ରାନ୍ତି , ପୋଙ୍ଗଲ ପାଳନ କରାଯାଉଛି । ତେବେ ମକର ସଂକ୍ରାନ୍ତି , ପୋଙ୍ଗଲ ଉତ୍ସବ ଉପଲକ୍ଷେ ଦେଶୀବାସୀଙ୍କୁ ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରିଛନ୍ତି ଯେ, ଦେଶବାସୀଙ୍କୁ ମକର ସଂକ୍ରାନ୍ତିର ଶୁଭେଚ୍ଛା ଓ ଶୁଭକାମନା । ଉତରାୟଣ ସୂର୍ଯ୍ୟଦେବ ସମସ୍ତଙ୍କ ଜୀବନରେ ଉର୍ଜା ଓ ଆନନ୍ଦ ଭରିଦିଅନ୍ତି । ସେହିପରି ପ୍ରଧାନମନ୍ତ୍ରୀ ପୋଙ୍ଗଲ ଉପଲକ୍ଷେ କହିଛନ୍ତି ଯେ, ସମସ୍ତଙ୍କ ପୋଙ୍ଗଲର ଶୁଭକାମନା । ବିଶେଷକରି ତାମିଲବାସୀ ତଥା ଭାଇ ଭଉଣୀଙ୍କୁ ଶୁଭେଚ୍ଛା । ତାମିଲନାଡୁରେ ଏହି ଉତ୍ସବକୁ ବଡ଼ ଧରଣରେ ପାଳନ କରାଯାଏ ।

ଅନ୍ୟପଟେ ମକର ସଂକ୍ରାନ୍ତି ଓ ପୋଙ୍ଗଲ ଉତ୍ସବ ଅବସରରେ ଦେଶୀବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି  । ଏହା ସହ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ   ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା   କୋଭିଡ ନିୟମକୁ ଦୃଷ୍ଟିରେ ରଖି ମକର ଉତ୍ସବ ପାଳନ କରନ୍ତୁ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି 



  • Tags:

Subscribe

National International State Sports Entertainment