ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ ଦେଶର ନୂଆ ସିଡିଏସ୍, CDS ସହ ମିଲିଟାରୀ ଆଫେୟାର୍ସ ସଚିବ ଭାବେ ବି କରିବେ କାର୍ଯ୍ୟ ନୂଆଦିଲ୍ଲୀ,ସେପ୍ଟେମ୍ବର ୨୮(ଖବର ଓଡିଶା): Share story: ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ ହେଲେ ଦେଶର ନୂଆ ସିଡିଏସ୍ । ଅନୀଲ ଚୌହାନଙ୍କୁ ନୂଆ ସିଡିଏସ୍ ଭାବେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର । ତେବେ ପୂର୍ବତନ ସିଡିଏସ୍ ବିପିନ ରାୱତଙ୍କ ଅଚାନକ ଦେହାନ୍ତ ପରେ ଅନୀଲ ଚୌହାନ ଦେଶର ନୂଆ ସିଡିଏସ୍ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଏହାସହିତ CDS ସହ ମିଲିଟାରୀ ଆଫେୟାର୍ସ ସଚିବ ଭାବେ ବି ସେ କାର୍ଯ୍ୟ କରିବେ । ୧୯୬୧ରେ ଜନ୍ମିତ ଅନୀଲ ଚୌହ୍ୱାନ ଗତବର୍ଷ ଅବସର ନେଇଥିଲେ । ସେ ଆର୍ମି ଇଷ୍ଟର୍ଣ୍ଣ କମାଣ୍ଡର କମାଣ୍ଡିଂ ଇନ୍ ଚିଫ୍ ଥିଲେ । ଜେନେରାଲ ବିପିନ ରାୱତଙ୍କ ବିୟୋଗ ପରେ ଖାଲି ପଡ଼ିଥିଲା CDS । ଖବର ଓଡ଼ିଶା, Reporter, 28/09/2022