ଲକ୍ଷ୍ମୀପୁର ଖେରୀ ହିଂସା ମାମଲା:ଆଶିଷ ମିଶ୍ରା ଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ Uttar Pradesh:06/12/2022: Share story: ବହୁ ଚର୍ଚ୍ଚିତ ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ କୋର୍ଟ 14 ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛି । ସମସ୍ତ ଅଭିଯୁକ୍ତଙ୍କୁ ହତ୍ୟା ଓ ଅନ୍ୟ ଧାରାରେ ଦୋଷୀ କରାଯାଇଛି । ଏହି ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଥିଲେ ମୁଖ୍ୟ ଅଭିଯୁକ୍ତ । 2021 ଡିସେମ୍ବର 5 ତାରିଖରେ ଆଶିଷ ମିଶ୍ରାଙ୍କ ସହ ଅନ୍ୟ 13 ଜଣଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା । ଏହି ଜାମିନ ଆବେଦନରେ ଅଭିଯୁକ୍ତମାନେ ନିଜ ପକ୍ଷ ରଖି କହିଥିଲେ କି ସେମାନେ ଏହି ହିଂସାରେ ସାମିଲ ନାହାଁନ୍ତି । ଏହି କାରଣରୁ ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ସେମାନେ କୋର୍ଟରେ ଆବେଦନ କରିଥିଲେ । ମାତ୍ର କୋର୍ଟ ସେମାନଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ପ୍ରମାଣ କରିବାକୁ ପର୍ଯ୍ୟାପ୍ତ ପ୍ରମାଣ ମିଳିଛି । ସୂଚନା ମୁତାବକ ଏଡିଜେ ଫାଷ୍ଟ ସୁଶୀଲ ଶ୍ରୀବାସ୍ତବ କୋର୍ଟର ଧାରା 147,148, 149, 326, 30,302, 120(ବି), ଓ ଧାରା 177 ମୁତାବକ ଅଭିଯୋଗ କରିଛନ୍ତି । 2021 ମସିହା ଅକ୍ଟୋବର 3 ତାରିଖରେ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀ ଠାରେ କୃଷକମାନେ ରାସ୍ତାରେ ଆନ୍ଦୋଳନ ଚଳାଇଥିଲେ । ଅଭିଯୋଗ ଥିଲା କି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଏହାକୁ ବିରୋଧ କରି କୃଷକଙ୍କ ରାଲି ଉପରକୁ ଗାଡି ଚଢାଇ ଦେଇଥିଲେ । ଏହାପରେ ଦେଖାଦେଇଥିବା ହିଂସାରେ ୪ ଜଣ କୃଷକ,ଜଣେ ସାମ୍ବାଦିକ ଙ୍କ ସହ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଥିଲା ଓ 10 ଜଣ ଗୁରୁତର ଆହତ ହୋଇଥିଲେ | Lakhimpur Kheri violence Crime KhabarOdisha ଖବର ଓଡ଼ିଶା, Reporter, 06/12/2022