ପାଟନା: ଖାନ ସାରଙ୍କ କୋଚିଂ ସେଣ୍ଟର ଉପରେ ହୋଇଥିଲା ହମଲା, ମାରପିଟ୍ ଓ ଭଙ୍ଗାରୁଜା ସଂପର୍କିତ ମାମଲାରେ ଅଭିଯୁକ୍ତ ଜ୍ଞାନ ବିନ୍ଦୁ ଜି.ଏସ ଏକାଡେମୀର ନିର୍ଦ୍ଦେଶକ ରୌଶନ ଆନନ୍ଦଙ୍କୁ କୋର୍ଟରୁ ଝଟକା ଲାଗିଛି । ପାଟନା ସିଭିଲ କୋର୍ଟ ରୋଶନ ଆନନ୍ଦଙ୍କ ନିୟମିତ ଜାମିନ ଯାଚିକାକୁ ଖାରଜ କରିଛନ୍ତି । ନିୟମିତ ଜାମିନ ଯାଚିକା ଖାରଜର ଅର୍ଥ ଏବେ ରୌଶନ ଆନନ୍ଦ ସାରଙ୍କୁ ଜେଲରେ ରହିବାକୁ ପଡିବ । ଜୁନ ୨ରେ ପାଟନା ସ୍ଥିତ ଖାନ ଗ୍ଲୋବାଲ ଇନଷ୍ଟିଚ୍ୟୁଟରେ ୧୫ରୁ ୨୦ ଲୋକଙ୍କ ଏକ ଗ୍ରୁପ ବିହାରର ରାଜଧାନୀ ପାଟନା ସ୍ଥିତ ଖାନ ଗ୍ଲୋବାଲ ଷ୍ଟଡିଜ ସଂସ୍ଥାରେ ଭଙ୍ଗାରୁଜା କରିବା ସହ ପଥରମାଡ କରିଥିଲେ ।
କୋଚିଂ ସେଣ୍ଟର ବାହାରେ ହୋଇଥିବା ଗଣ୍ଡଗୋଳରୁ ବିବାଦର ଆରମ୍ଭ
ମାମଲାର ଏଫ୍ଆଇଆର୍ ଅନୁଯାୟୀ, ଗତ ଜୁନ୍ ୨ ତାରିଖ ରାତିରେ ପାଟନାର ମୁସଲ୍ଲାପୁର ହାଟ ଅଞ୍ଚଳରେ ଥିବା ଖାନ୍ ସାର୍ଙ୍କ କୋଚିଂ ସେଣ୍ଟର ବାହାରେ କିଛି ଲୋକ ଭଙ୍ଗାରୁଜା କରିବା ସହ ପଥର ମାଡ଼ କରିଥିଲେ। ଏହାସହିତ ସେଠାରେ ଥିବା ସୁରକ୍ଷା ଗାର୍ଡ ଚୁନ୍ ଚୁନ୍ଙ୍କୁ ଘୋଷାରି ଆଣି ରାସ୍ତାରେ ମାଡ଼ ମରାଯାଇଥିଲା, ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ। ବିହାର ପୋଲିସ କନଷ୍ଟେବଳ ନିଯୁକ୍ତି ପରୀକ୍ଷା ଫଳକୁ ନେଇ ଦୁଇ ପ୍ରତିଷ୍ଠିତ କୋଚିଂ ସେଣ୍ଟର ମଧ୍ୟରେ ଥିବା ବ୍ୟବସାୟିକ ଶତ୍ରୁତା ଯୋଗୁଁ ଏହି ଆକ୍ରମଣ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ରୌଶନ ଆନନ୍ଦଙ୍କ ସହ ସହଯୋଗୀ ଜେଲ୍ରେ, ଖାନ୍ ସାର୍ଙ୍କୁ ମିଳିଲା ଆଶ୍ୱସ୍ତି
ଏହି ହିଂସାକାଣ୍ଡ ମାମଲାରେ ପୋଲିସ ତତ୍ପରତା ଦେଖାଇ ଜ୍ଞାନ ବିନ୍ଦୁ କୋଚିଂର ମୁଖ୍ୟ ରୌଶନ ଆନନ୍ଦଙ୍କ ସମେତ ଅଭିଷେକ କୁମାର ଏବଂ ଗୌରବ କୁମାରଙ୍କୁ ଜୁନ୍ ୩ ତାରିଖରେ ଗିରଫ କରି ନ୍ୟାୟିକ ହେପାଜତକୁ ପଠାଇଥିଲା। ଅନ୍ୟପଟେ, ଏହି ଘଟଣା ସମୟରେ ଖାନ୍ ସାର୍ଙ୍କ ସୁରକ୍ଷା ଗାର୍ଡଙ୍କ ପକ୍ଷରୁ ହୋଇଥିବା ଫାୟାରିଂ ମାମଲାରେ ଖାନ୍ ସାର୍ଙ୍କ ନାମରେ ମଧ୍ୟ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଥିଲା। ତେବେ ପାଟନା କୋର୍ଟ ଖାନ୍ ସାର୍ଙ୍କୁ ଆଗୁଆ ଜାମିନ ଆବେଦନ ଉପରେ ଶୁଣାଣି କରି ସାମୟିକ ଭାବେ ଗିରଫଦାରୀରୁ ସୁରକ୍ଷା ପ୍ରଦାନ କରିଛନ୍ତି।
Also Read: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିର ଖବର, ୧୮ ହଜାରରୁ ୬୮,୯୪୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ ବେସିକ ସାଲେରି