ଇତିହାସ ରଚିଲା ଭାରତ: ଥୋମାସ କପ୍ରେ ଭାରତର ଐତିହାସିକ ଟାଇଟଲ୍, ୧ କୋଟି ଟଙ୍କା ପୁରସ୍କାର ଘୋଷଣା କଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ ନୂଆଦିଲ୍ଲୀ, ମେ ୧୫(ଖବର ଓଡିଶା): Share story: ବେଡମିଣ୍ଟନର ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟ ଥୋମାସ କପ ଜିତି ଇତିହାସ ରଚିଲା ଭାରତ । ପ୍ରଥମ ଥର ପାଇଁ ଭାରତକୁ ଏହି ସଫଳତା ମିଳିଛି । ଖେଳାଳିମାନଙ୍କର ଏହି ଐତିହାସିକ ସଫଳତା ପାଇଁ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହିତ ବିଜେତା ଟିମକୁ ଏକ କୋଟି ଟଙ୍କା ପୁରସ୍କାର ଦେବାକୁ କେନ୍ଦ୍ର କ୍ରୀଡାମନ୍ତ୍ରୀ ଘୋଷଣା କରିଛନ୍ତି । କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଟ୍ୱିଟ କରି ଏହି ପୁରସ୍କାର ଘୋଷଣା କରିଛନ୍ତି । ଏହାସହିତ ବିଜେତାଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି । ତେବେ ରବିବାର ଭାରତୀୟ ବ୍ୟାଡମିଣ୍ଟନ ପାଇଁ ଏର ଐତିହାସିକ ଦିନ ଅଟେ । ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ଟିମ ଥୋମାସ କପ ଚାମ୍ପିୟନ ହୋଇଛି । ୧୪ ଥରର ଚାମ୍ପିୟନ ଇଣ୍ଡୋନେସିଆକୁ ହରାଇ ଭାରତୀୟ ବ୍ୟାଡମିଣ୍ଟନ ଟିମ ଇତିହାସ ରହିଛି । ଖବର ଓଡ଼ିଶା, Reporter, 15/05/2022