ନୂଆଦିଲ୍ଲୀ: ଯେବେ ବି କୌଣସି ବିଷୟରେ ଜାଣିବାକୁ ହୁଏ ତେବେ ଲୋକେ ତୁରନ୍ତ ଗୁଗଲ ସର୍ଚ୍ଚ କରନ୍ତି । ଆଉ ଗୁଗଲ ଚଳିତ ବର୍ଷ ଭାରତରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ବିଷୟର ଏକ ତାଲିକା ଜାରି କରିଛି । ଏଥିରେ ଶୀôର୍ଷରେ ରହିଛି କ୍ରିକେଟ୍ । ଇଣ୍ଡିଆନ ପ୍ରିମିୟର ଲିଗ୍ ଓ ଟି-୨୦ ବିଶ୍ୱକପ୍ ସବୁଠୁ ଅଧିକ ସର୍ଚ୍ଚ କରାଯାଇଛି । ଚଳିତ ବର୍ଷ ଲୋକଙ୍କ ଧ୍ୟାନ ନିର୍ବାଚନ ଫଳାଫଳ ଉପରେ ମଧ୍ୟ ରହିଥିଲା । ତେଣୁ ଭାରତୀୟ ଜନତା ପାର୍ଟି ଓ ଇଲେକ୍ସନ ରେଜଲ୍ଟ ୨୦୨୪ କ୍ରମଶଃ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛି । ଟପ୍-୫ରେ ଅଲିମ୍ପିକ୍ସ ରହିଛି, ଯିଏ ସଭିଙ୍କ ଧ୍ୟାନ ଆକର୍ଷିତ କରିଥିଲା ।
ଗୁଗଲ ଦ୍ୱାରା ଜାରି ତଥ୍ୟ ଅନୁସାରେ, ଆଇପିଏଲ୍, ଟି-୨୦ ବିଶ୍ୱକପ୍ ଓ ବିଜେପି ୨୦୨୪ରେ ଭାରତରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଛି ।ଏଥିରୁ ଜଣା ପଡୁଛି ଯେ, ଭାରତୀୟଙ୍କ କ୍ରିକେଟ୍ ଓ ରାଜନୀତି ପ୍ରତି ଗଭୀର ରୁଚି ରହିଛି । ଆଉ ଫିଲ୍ମରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ଫିଲ୍ମ ହେଉଛି ସ୍ତ୍ରୀ ୨ । ଏହା ପରେ ରହିଛି କଲକି ୨୮୯୮ ଏଡି ଏବଂ ତୃତୀୟରେ ଦ୍ୱାଦଶ ଫେଲ୍ ।
ଗୁଗଲରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ଟପ୍-୧୦ କିୱାର୍ଡର ତାଲିକା
୧ – ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)
୨ – ଟି-୨୦ ବିଶ୍ୱକପ୍
୩ – ଭାରତୀୟ ଜନତା ପାର୍ଟି
୪ – ଇଲେକ୍ସନ ରେଜଲ୍ଟ ୨୦୨୪
୫ - ଅଲିମ୍ପିକ୍ସ ୨୦୨୪
୬ – ଏଳ୍ସସିଭ ହିଟ୍
୭ – ରତନ ଟାଟା
୮ – ଇଣ୍ଡିଆନ ନ୍ୟାସନଲା କଂଗ୍ରେସ
୯ – ପ୍ରୋ କବାଡି ଲିଗ୍
୧୦ – ଇଣ୍ଡିଆନ ସୁପର ଲିଗ୍
ଭାରତରେ ସର୍ବାଧିକ ସର୍ଚ୍ଚ କରାଯାଇଥିବା ୧୦ ଫିଲ୍ମ
୧ – ସ୍ତ୍ରୀ ୨
୨ – କଲକି ୨୮୯୮ ଏଡି
୩ – ଟ୍ୱେଲଭଥ ଫେଲ୍
୪ – ଲାପତା ଲେଡିଜ
୫ – ହନୁମାନ
୬ – ମହାରାଜା
୭ – ମଞ୍ଜୁମେଲ ବୟଜ
୮ - ଦ ଗ୍ରେଟେଷ୍ଟ ଅଫ ଅଲ୍ ଟାଇମ
୯ – ସାଲାର
୧୦ - ଆଭେସନ
ପରିଭ୍ରମଣକୁ ନେଇ ଭାରତୀୟଙ୍କ ଦ୍ୱାରା ଅଧିକ ସର୍ଚ୍ଚ ହୋଇଥିବା ଟପ୍-୧୦ ସ୍ଥାନ
୧ - ଆଜାରବେଇଜାନଟ
୨ – ବ ।ଲି
୩ – ମନାଲି
୪ – କଜାକିସ୍ତାନ
୫ – ଜୟପୁର
୬ – ଜର୍ଜିଆ
୭ – ମାଲେସିଆ
୮ - ଅଯୋଧ୍ୟା
୯ – କାଶ୍ମୀର
୧୦ - ଦକ୍ଷିଣ ଗୋଆ