କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ମାମଲାରେ କନିଷ୍ଠ ଡାକ୍ତରଙ୍କ ନିଜର ଦାବିକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବାହାରେ ଜାରି ଆନ୍ଦୋଳନ ପଞ୍ଚମ ଦିନରେ ପହଞ୍ଚିଛି । ଶନିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଡାକ୍ତରଙ୍କ ସହ ବୈଠକ ଉଦ୍ୟମ ଶେଷ ମୁହୂର୍ତ୍ତରେ ଭଣ୍ଡୁର ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିବା କନିଷ୍ଠ ଡାକ୍ତରଙ୍କ ପ୍ରତିନିଧି ଦଳ ଆଲୋଚନା ନ କରି ଫେରି ଆସିଥିଲେ । ଏହି ପ୍ରତିନିଧି ମଣ୍ଡଳରେ ସାମିଲ ଡାକ୍ତର ଅକିବ କହିଛନ୍ତି ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।
ସେ ଆନ୍ଦୋଳନର କନିଷ୍ଠ ଡାକ୍ତରମାନଙ୍କୁ ସମ୍ବୋଧିତ କରି କହିଛନ୍ତି, ସନ୍ଦୀପ ଘୋଷଙ୍କୁ ଗିରଫ କରାଗଲା । ଏହା ପ୍ରମାଣିତ ହୋଇଛି ଯେ, ଆମର ଦାବି ଠିକ୍ ଥିଲା । ସନ୍ଦୀପ ଘୋଷ ଯାହା କରିଛି କରିଛି ତାହା ସଂସ୍ଥାଗତ ଅପରାଧ । ଏହି ଧରଣର ଅପରାଧରେ ଅନେକ ପ୍ରିନ୍ସିପାଲ ଓ ଅଧିକାରୀ ସାମିଲ ଥାଇ ପାରନ୍ତି । ଏହି ଅପରାଧରେ ଲିପ୍ତ ସମସ୍ତ ଲୋକ ଇସ୍ତଫା ଦିଅନ୍ତୁ ଆମର ଦାବି । ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ଆମେ ଏଠାକୁ ଅଭୟା ପାଇଁ ଆସିଛୁ ଏବଂ ତାଙ୍କୁ ନ୍ୟାୟ ଦେଇ କି ହିଁ ରହିବୁ ।
ସୂଚନାଯୋଗ୍ୟ, ସିବିଆଇ ଶନିବାର ସନ୍ଦୀପ ଘୋଷ ଏବଂ ଜଣେ ପୋଲିସ ଆଇଆଇସିଙ୍କୁ ପ୍ରମାଣ ନଷ୍ଟ କରିବା ଅପରାଧରେ ଗିରଫ କରିଛି । ପୋଲିସ ଅଧିକାରୀ ହେଉଛନ୍ତି ତଲା ଥାନାର ଆଇଆଇସି ଅଭିଜିତ ମଣ୍ଡଳ । ଡାକ୍ତର ଅକିବ କହିଛନ୍ତି ଆମକୁ କାଲିଘାଟ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଆଲୋଚନା ପାଇଁ ଡକାଯାଇଥିଲା । ଆମର ଦାବି ଥିଲା ବୈଠକର ଭିଡିଓ ରେକର୍ଡିଂ କରାଯାଉ ଏବଂ ଆଲୋଚନା ସରିବା ପରେ ଏହାର ରେକର୍ଡିଂ ଆମକୁ ଦିଆଯାଉ । ଏହାକୁ ନେଇ ଅଧିକାରୀ ସହମତ ନ ଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ନିଜ ବାସଭବନରୁ ବାହରି ଚା ପାଇଁ ଆମକୁ ଡାକିଥିଲେ । ମାତ୍ର ଡାକ୍ତରଙ୍କ ଦାବି ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆମେ ଆପଣଙ୍କ ସହ ଚା ପିଇବୁ ନାହିଁ । ଆମେ ବର୍ଷାରେ ଅପେକ୍ଷା କରି ରହିଲୁ ଏବଂ ବିନା କୌଣସି ଆଲୋଚନାରେ ଫେରି ଆସିଲୁ ।