ମସାଜ କରିବା ବେଳେ ଯୌନ ଶୋଷଣର ଅଭିଯୋଗ,ଏଲନ ମସ୍କ ଟ୍ୱିଟରରେ ଲେଖିଲେ ଏପରି କଥା ନୂଆଦିଲ୍ଲୀ , ମେ 21 (ଖେବର ଓଡିଶା): Share story: ଏଲନ ମସ୍କଙ୍କୁ ଦୁନିଆର ସବୁଠାରୁ ଧନୀବ୍ୟକ୍ତି ଭାବେ ଗଣାଯାଏ । ତେବେ ବର୍ତ୍ତମାନ ପୁର୍ବ ଘଟଣାକୁ ନେଇ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଏଲନ ମସ୍କ । ୨୦୧୬ ମସିହାରେ ମହିଳାଙ୍କ ଯୌନ ଶୋଷଣ କରିବା ବିରୋଧରେ ଆରୋପ ଲଗାଯାଇଥିଲା । ଏପରିକି ଏହି ମାମଲାର ସମାଧାନ ପାଇଁ ମହିଳାଙ୍କୁ ୨ କୋଟି ଟଙ୍କା ଦିଆଯାଇଥିଲା । ତେବେ ବର୍ତ୍ତମାନ ଏହି ଘଟଣ।।କୁ ଟ୍ୱିଟରରେ ନେଇ ଜଣେ ଆମେରିକାର ବିଜନେସ ମ୍ୟାନ୍ ଏଲନ ମସ୍କଙ୍କ ସହ ଆଲୋଚନା କରିଛନ୍ତି ।Hey, @elonmusk! Stop horsing around and close this Twitter deal. We all want a happy ending!— Chad Hurley (@Chad_Hurley) May 20, 2022 କିନ୍ତୁ ଏହି କଥାକୁ ଅତି ସହଜରେ ହସରେ ଉଡ଼ାଇ ଦେଇଛନ୍ତି ଏଲନ ମସ୍କ । ସୁଚନା ଅନୁସାରେ ସମ୍ପୃକ୍ତ ମହିଳା କଣ୍ଟ୍ରାକ୍ଟ ଭାବରେ ଏଲନ ମସ୍କ ଙ୍କ ଏୟାରସ୍ପେସ୍ ଫର୍ମ ସ୍ପେସ୍ଏକ୍ସ ବିମାନରେ ସହଯୋଗୀ ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ପରେ ମହିଳାଙ୍କୁ ପ୍ରାଇଭେଟ୍ ପାର୍ଟ ଦେଖାଇବା ସହ ବିନା ଅନୁମତିରେ ଗୋଡ଼ କୁ ଛୁଇିଁଥିବାରୁ ଆରୋପ ଲାଗିଥିଲା । ଯାହାକୁ ନେଇ ମହିଳାଙ୍କ ଜଣେ ସାଙ୍ଗ ଘୋଷଣାପତ୍ର ଜାରୀ କରିଥିଲେ । ସୁଚନା ଅନୁସାରେ ଏଲନ ମସ୍କ ମହିଳା କର୍ମଚାରୀଙ୍କୁ ଇରୋଟିକ୍ ମସାଜ୍ ବଦଳରେ ଘୋଡ଼ା କିଣି ଆଣିବକୁ ଅଫର ଦେଇଥିଲେ । ତେବେ ଏହି ଘଟଣାକୁ ବର୍ତ୍ତମାନ ଚାନ୍ଦ ହୁର୍ଲେ ଟ୍ୱିଟରରେ ଟ୍ୟାଗ୍ କରି ଲେଖିଛନ୍ତି ଯେ “ ହେଲୋ ମସ୍କ.. ହର୍ସିଂ ବନ୍ଦ କରନ୍ତୁ ଏବଂ ଏହି ଟ୍ୱିଟର କାରବାର ବନ୍ଦ କରନ୍ତୁ । ଆମେ ସମସ୍ତେ ଏହାର ଅନ୍ତ ଚାହୁଁଛୁ । ଏହାର ଉତ୍ତରରେ ମଧ୍ୟ ଏଲନ ମଜାଳିଆ କଥା କହିଛନ୍ତି । ତେବେ ଏହି ଯୌନ ଶୋଷଣ ଅଭିଯୋଗରେ ରାଜନୀତିକ କାର୍ଯ୍ୟକଳାପ କହି ଏହାକୁ ଖଣ୍ଡନ କରିଛନ୍ତି । ଖବର ଓଡ଼ିଶା, Reporter, 21/05/2022