ଦିଲ୍ଲୀ ମୁଣ୍ଡକ ଅଗ୍ନିକାଣ୍ଡ ଘଟଣା, ବିଲ୍ଡିଂ ମାଲିକ ମନୀଷ ଲକଡାଙ୍କୁ ଗିରଫ କଲା ପୋଲିସ ନୂଆଦିଲ୍ଲୀ, ମେ ୧୫(ଖବର ଓଡିଶା): Share story: ଦିଲ୍ଲୀ ମୁଣ୍ଡକା ଅଗ୍ନିକାଣ୍ଡ ଘଟଣାରେ ପୋଲିସ ବିଲ୍ଡିଂ ମାଲିକ ମନୀଷ ଲକଡାଙ୍କୁ ଗିରଫ କରିଛି । ତେବେ ଏହି ଅଗ୍ନିକାଣ୍ଡ ଘଟଣାରେ ତଦନ୍ତ କରୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ନିଆଁ ଲାଗିବା ବେଳେ ମନୀଷ ନିଜ ପରିବାର ସହ ବିଲ୍ଡିଂର ଉପର ମହଲାରେ ଥିଲେ । ପରେ କ୍ରେନ ସାହାଯ୍ୟରେ ତଳକୁ ଆସିଥିଲେ । ତଳକୁ ଆସିବାରେ ପରେ ଫେରାର ହୋଇଯାଇଥିଲେ । ତେବେ ରବିବାର ପୋଲିସ ତାଙ୍କୁ ଗିରଫ କରିଛି । ଶୁକ୍ରବାର ସେହି ବିଲ୍ଡିଂରେ ନିଆଁ ଲାଗିଯାଇଥିଲା । ବିଲ୍ଡିଂର ପ୍ରଥମ ମହଲାରୁ ଧୂଆଁ ବାହାରିଥିଲା । ପରେ ଅନ୍ୟ ମହଲାକୁ ବ୍ୟାପିଥିଲା । ଲୋକେ ପ୍ରାଣ ବିକଳରେ ପାଟି କରିଥିଲେ । ନିଆଁ ଲିଭାଇବା ପାଇଁ ମୋଟ ୨୪ଟି ଦମକଳ ଗାଡି ଲାଗିଥିଲା । ଦମକଲ ବାହିନୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଏହି ଅଗ୍ନିକାଣ୍ଡରେ ୨୭ ଜଣ ଜୀଅନ୍ତା ଜଳି ଯାଇଥିଲେ । ଖବର ଓଡ଼ିଶା, Reporter, 15/05/2022