ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନିଜ ଦମରେ ୧୨୬ ସିଟରେ ଅଗ୍ରଣୀ ହାସଲ କରିଛି । ଦଳ ମ୍ୟାଜିକ ନମ୍ବର ୧୪୫ ସିଟରୁ ୨୦ ସିଟ୍ ଦୂରରେ ରହିଛି । ଅନ୍ୟପଟେ ଏକନାଥ ସିନ୍ଦେଙ୍କ ଶିବସେନା ୫୫ ସିଟରେ ଆଗୁଆ ରହିଥିବା ଅଜିତ ପାୱାରଙ୍କ ଏନସିପି ୩୮ ସିଟରେ ଆଗୁଆ ରହିଛି । ଏହି ଫଳରେ ବିଜେପି ନେତୃତ୍ୱ ଓ ଶିର ଉତ୍ସାହିତ ରହିଛି । ବିଜେପି ଦଳୀୟ ସୂତ୍ର ଅନୁଯାୟୀ, ସୋମବାର ଅର୍ଥାତ ନଭେମ୍ବର ୨୫ରେ ବିଧାୟକ ଦଳ ବୈଠକ ଡକାଯିବ । ଏହା ପରେ ୨୬ ତାରିଖରେ ଶପଥ ସମାରୋହ ଆୟୋଜନ ହେବ ।
କେବଳ ଏତିକି ନୁହେଁ ୨୫ ତାରିଖରେ ହିଁ ମହାୟୁକ୍ତି ବୈଠକ ଆୟୋଜନ କରିବାକୁ ବିଜେପି ଯୋଜନା କରିଛି । ମହାୟୁତିକୁ ରାଜ୍ୟରେ ଏ ପର୍ଯ୍ୟନ୍ତ ୨୨୦ ସିଟରେ ଅଗ୍ରଣୀ ରହିଛି । ଏହା ମଧ୍ୟରେ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି ଯେ, ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ । ଏହି ବିଷୟରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ କହିଛନ୍ତି ଯେ, ମହାୟୁତି ବୈଠକରେ ଏହାର ନିଷ୍ପତ୍ତି ନିଆଯିବ । ଏକନାଥ ସିନ୍ଦେ ଖୋଲାଖୋଲି କିଛି କହି ନ ଥିଲେ ବି ବିଜେପି ମୁଖ୍ୟମନ୍ତ୍ରୀ ପଦ ଉପରେ ନିଜର ଦାବି ଜାହିର କରିଛି ।
ଶିବସେନା ନେତା ନରେଶ ମହାସ୍କେ କହିଛନ୍ତି, ମହାରାଷ୍ଟ୍ରବାସୀ ମହାୟୁତି ସରକାର ଉପରେ ଭରସା ପ୍ରକାଶ କରିଛନ୍ତି । ଆଜି ଉଦ୍ଧବ ଠାକରେଙ୍କ ଶିବସେନାର କଣ ଅବସ୍ଥା ଘଟିଛି ଲୋକେ ଦେଖୁଛନ୍ତି । ଜନତା ସ୍ଥିର କରିଛନ୍ତି ଯେ, ଏକନାଥ ସିନ୍ଦେ ଯୋଗ୍ୟ ବ୍ୟକ୍ତି, ଯିଏ ବାଲାସାହେବ ପାର୍ଟିର ନେତୃତ୍ୱ କରି ପାରନ୍ତି । ଜନତା ନିଜର ଭୋଟ୍ ସଞ୍ଜୟ ରାଉତଙ୍କ ଚେହେରା ଉପରେ ଚପଲ ମାରିଛନ୍ତି । ମୁଁ ଶିବସେନାର କାର୍ଯ୍ୟକର୍ତ୍ତା ଅଟେ ଓ ଚାହୁଁଛି ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ।