ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପାର୍ଥୀ ଘୋଷଣା କରିବନି ବିଜେପି
Khabar Odisha:BJP-Will-Not-Announce-the-CM-Candidate-for-Coming-WB-Election

କୋଲକାତା, ଜାନୁଆରୀ ୨୦ (ଖବର ଓଡ଼ିଶା) : ପଶ୍ଚିମବଙ୍ଗରେ ଆଉ ମାତ୍ର କିଛି ଦିନ ପରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଯାହାକୁ ନେଇ ଏବେ ଠାରୁ ଦିଦିଙ୍କ ଗଡରେ ରାଜନିତିକ ମାହୋଲ ଗରମ ହେବାରେ ଲାଗିଲାଣି । ବିଜେପିର ମିଶନ ବଙ୍ଗାଲକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଅଙ୍କ କଷିବା ଆରମ୍ଭ କରିଛନ୍ତି । ଏହାରି ମଧ୍ୟରେ ବିଜେପିର ଆଉ ଏକ ବଡ ଘୋଷଣା ଏବେ ଟିଏମସି କୁ ଅଡୁଆରେ ପକାଇଛି ।

ଆଜି ଭାରତୀୟ ଜନତା ପାର୍ଟିର ମହାସଚିବ ତଥା ପଶ୍ଚିମବଙ୍ଗ ପ୍ରଭାରୀ କୈଲାଶ ବିଜୟବର୍ଗୀୟ ଏକ ବଡ ଘୋଷଣା କରି କହିଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ପାର୍ଥୀ ଘୋଷଣା କରାଯିବା ନାହିଁ । ନିର୍ବାଚନ ସରିବା ପରେ ଫଳାଫଳକୁ ଦେଖି ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ କିଏ ହେବ ସେ ବାବଦରେ ନିଷ୍ପତି ନିଆଯିବ ।

ବାସ୍‌.. ରାଜ୍ୟ ବିଜେପି ପ୍ରଭାରୀଙ୍କ ଏହି ଗୋଟିଏ ଘୋଷଣା ଏବେ ଟିଏମସିର ମୁଣ୍ଡବିନ୍ଧା ବଢାଇଛି । ଅନ୍ୟପଟେ ଟିଏମସିର ଗୋଟିଏ ପରେ ଗୋଟିଏ ପ୍ରଭାବଶାଳୀ ନେତା ବିଜେପିରେ ଯୋଗଦେବା ଆସନ୍ତା ନିର୍ବାଚନକୁ ଆହୁରି ରୋଚକ କରିବାକୁ ଯାଉଛି ଯାହା ୁପରେ ଏବେଠାରୁ ପୁରା ଦେଶର ନଜର ରହିଛି ।

  • Tags:

Subscribe

National International State Sports Entertainment