ଆସନ୍ତା ସପ୍ତାହରୁ ବଜାରରେ ମିଳିବ DRDO ଦ୍ୱାରା ପ୍ରସ୍ତୁତ କରୋନା ନିରୋଧି ଔଷଧ 2DG
Khabar Odisha:2DG-anti-corona-drugs-manufactured-by-DRDO-will-be-available-in-the-market-from-next-week

ନୂଆଦିଲ୍ଲୀ, ମେ ୧୫ (ଖବର ଓଡ଼ିଶା): ବର୍ତମାନ ପୁରା ଦେଶରେ କରୋନା ଅସ୍ତବ୍ୟସ୍ତ କରି ରଖିଥବା ବେଳେ କରୋନା କବଳରୁ ଲୋକ ମାନଙ୍କ ଜୀବନ ରକ୍ଷା କରିବା ପାଇଁ ଭାରତର ଔଷଧ ତିଆରି କମ୍ପାନୀ ଗୁଡିକ ଯଥା ସମ୍ଭବ ପ୍ରୟାସ ଚଳାଇଛନ୍ତି କରୋନା ନିରୋଧି ଔଷଧ ତିଆରି କରିବା ପାଇଁ । ଏହାରି ମଧ୍ୟରେ ଡିଆରଡିଓ ଓ ଡକ୍ଟର ରେଡ୍ଡି ଲାବରୋଟାରୀ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଔଷଧ ୨ ଡିଜିକୁ ଡିଜିସିଆଇ ଦ୍ୱାରା ଅନୁମୋଦନ ମିଳିଥିଲା ।

ଏହି ଔଷଧ ଦ୍ୱାରା ଜଣେ ରୋଗୀ ଶୀଘ୍ର ସୁସ୍ଥ ହେବ ବୋଲି ଦାବି କରିଛି DRDO । କରୋନାର ପ୍ରଥମ ଲହର ସମୟରେ ଏପ୍ରିଲ ୨୦୨୦ରେ INMAS-DRDO ବୈଜ୍ଞାନିକମାନେ ପରୀକ୍ଷଣ କରିଥିଲେ । ମେ ୨୦୨୦ରେ 2DG ର ଦ୍ୱିତୀୟ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା । ଫେଜ-୨ରେ ୧୧୦ ରୋଗୀଙ୍କ ନିକଟରେ ଟ୍ରାଏଲ ହୋଇଥିଲା । ନଭେମ୍ବର ୨୦୨୦ରେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ମିଳିଥିଲା । ୨୭ ଟି କୋଭିଡ୍ ହସ୍ପିଟାଲରେ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ୨୨୦ ରୋଗୀଙ୍କ ନିକଟରେ ପରୀକ୍ଷଣ କରାଯାଇଥିଲା ।

ତେବେ ଆସନ୍ତା ସପ୍ତାହରୁ ଏହି ଔଷଧକୁ ବଜାରରେ ଲଞ୍ଚ କରାଯିବ । ବର୍ତମାନ କେବଳ ୧୦ ହଜାର ଡୋଜ୍ ବଜାରରେ ଉପଲବ୍ଧ ହେବ ବୋଲି ଡିଆରଡିଓ ପକ୍ଷରୁ ସୂଚନା ମିଳିଥିବା ବେଳେ ଆଗାମୀ ଦିନରେ ଚାହିଦା ଦେଖି ଉତ୍ପାଦନ ମଧ୍ୟ ବଢାଯିବ ।

  • Tags:

Subscribe

National International State Sports Entertainment