କଡ଼ ଲେଉଟାଉଛି ଲକ୍‌ଡାଉନ୍ : ୧୦ ଦିନ ପାଇଁ ରାୟପୁରରେ ତାଲାବନ୍ଦ ଘୋଷଣା
Khabar Odisha:10-Days-Lockdown-Declared--in-Chhatisgarh-Raipur

ଋାୟପୁର, ଏପ୍ରିଲ ୭ (ଖବର ଓଡ଼ିଶା): ପୁଣି ଉଗ୍ର ରୂପ ନେଲାଣି କରୋନା । କରୋନାର ଏହି ଭୟାବହଃତା ଭିତରେ ଏବେ ପୁଣି କଡ଼ ଲେଉଟାଇଛି ଲକ୍‌ଡାଉନ୍ । ଅଧିକ ସଂକ୍ରମିତ ରାଜ୍ୟ ଗୁଡିକରେ ଆଂଶିକ ଲକ୍‌ଡାଉନ୍ ଓ ନାଇଟ୍ କର୍ଫ୍ୟୁ ଭଳି ହୋଇଥିବା ବେଳେ ଆଜି ଛତିଶଗଡ ରାୟପୁରରେ ସମ୍ପୂର୍ଣ୍ଣ ଭାବରେ ୧୦ ଦିନ ପାଇଁ ତାଲାବନ୍ଦ ଘୋଷଣା କରାଯାଇଛି ।

ଛତିଶଗଡ଼ରେ ଏବେ କରୋନା ସ୍ଥିତି ସଙ୍ଗୀନ୍ ହେବାରେ ଲାଗିଛି । ବିଦେଶୀ ଷ୍ଟ୍ରେନ୍ ର ଭୟ ସହିତ ଡବଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ଏବେ ଛତିଶଗଡର ଚିନ୍ତା ବଢାଇଛି ଯାହାକୁ ଦୃଷ୍ଟି ରେ ରଖି ଛତିଶଗଡ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । 

ଆସନ୍ତା ୪ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ରାୟପୁର ଜିଲ୍ଲା ସମ୍ପୂର୍ଣ୍ଣ ଭାବରେ ଲକ୍‌ଡାଉନ୍ ରହିବ ବୋଲି ଆଜି ଛତିଶଗଡ ସରକାର ଘୋଷଣା କରିଛନ୍ତି । ଏପ୍ରିଲ ୯ ତାରିଖ ସଂଧ୍ୟା ୬ ଟାରୁ ଏପ୍ରିଲ ୧୯ ତାରିଖ ସକାଳ ୬ ଟା ପର୍ଯ୍ୟନ୍ତ ଏହି କଟକଣା ଲଗାଯାଇଛି । ଆମ୍ବୁଲାନ୍ସ, ହସ୍ପିଟାଲ, ଅଗ୍ନିଶ୍ରମ ବିଭାଗ, ଔଷଧ ଦୋକାନ, ତେଜରାତି ଦୋକାନ ଭଳି ଜରୁରୀ ସେବାକୁ ଛାଡି ଦେଲେ ଅନ୍ୟ ସମସ୍ତ ପ୍ରତିଷ୍ଠାନ ଗୁଡିକ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିବ ।

ଏପଟେ ଛତିଶଗଡ଼ର ଏହି ସ୍ଥିତି ଓଡ଼ିଶା ପାଇଁ ମଧ୍ୟ ଭୟ ବଢାଇଛି । ସୀମାନ୍ତବର୍ତ୍ତୀ ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡିକ ଏବେ ଓଡ଼ିଶା ସରକାରଙ୍କ ଫୋକସରେ ଥିବା ବେଳେ ରାୟପୁରର ଲକ୍‌ଡାଉନ୍ ଓଡ଼ିଶାରେ ଲକ୍‌ଡାଉନ୍ ଆଶଙ୍କା ବଢାଉଛି ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି ।

  • Tags:

Subscribe

National International State Sports Entertainment