ପ୍ରମିସ୍ ଡେ ରେ ନିଜ ବନ୍ଧୁଙ୍କୁ କରନ୍ତୁ ଏହି ୪ ଟି ପ୍ରତିଜ୍ଞା, ଆପଣଙ୍କ ଜୀବନ ହେବ ସୁଖମୟ
Khabar Odisha:special-odisha-promise-day
ଭୁବନେଶ୍ୱର, ଫେବୃଆରୀ ୧୧ (ଖବର ଓଡିଶା) :

ଆଜି ଭାଲେନଟାନ ଡେର ୫ମ ଦିନ । ଏହାକୁ ପ୍ରମିସ ଡେ ଭାବରେ ପାଳନ କରାଯାଏ । ଆଜିର ଦିନରେ ନିଜର ପାର୍ଟନରଙ୍କ ସହ ଜୀବନସାରା ରହିବା ପାଇଁ ପ୍ରତିଜ୍ଞା କରାଯାଏ । ପ୍ରତି ପୁରୁଷ କିମ୍ବା ମହିଳାଙ୍କ ଜୀବନରେ ଜୀବନ ସାଥୀ ରହିବା ନିହାତି ଆବଶ୍ୟକ । ସମସ୍ତ କଷ୍ଟ ଦାୟକ ସମୟରେ ତାହା ନିକଟରେ କେହି ଜଣେ ଠିଆ ହେବାକୁ ପ୍ରତି ମନୁଷ୍ୟ ଇଚ୍ଛା କରିଥାଏ । କିନ୍ତୁ ଆପଣ ଯେତେବେଳେ ଆପଣଙ୍କ ସାଥୀଙ୍କୁ ପ୍ରମିସ ଡେ ରେ ପ୍ରତିଜ୍ଞା କରନ୍ତି ତେବେ ଏହା ଆହୁରି ଅଧିକ ମଜବୁତ ହୋଇ୍ାଏ । 

ତେବେ ପ୍ରମିସ୍ ଡେ ରେ ନିଜ ସାଥୀଙ୍କୁ ଦିଅନ୍ତୁ ଏହି ପ୍ରତିଜ୍ଞା, ଆପଣଙ୍କ ଜୀବନ ହେବ ସୁଖମୟ :-

୧-ତୁମକୁ କେବେ ବଦଳେଇବାକୁ ଚେଷ୍ଟା କରିବି ନାହିଁ – ଝିଅମାନେ ସର୍ବଦା ଅଭିଯୋଗ ଆଣନ୍ତି କି, ପୁଅମାନେ ସର୍ବଦା ନିଜ ଗର୍ଲଫ୍ରେଣ୍ଡ ବଦଳେଇବାକୁ ଚାହାଁନ୍ତି । ତେଣୁ ଆପଣ ଯଦି ଏଭଳି କରନ୍ତି ତେବେ ଆପଣଙ୍କ ସାଥୀକୁ ଆପଣଙ୍କ ପ୍ରତି ବିଶ୍ୱାସ ଆସିବ । 

୨-ମୁଁ କେବେ ବଦଳିବି ନାହିଁ – ସାଧାରଣ ଜୀବନରେ ପୁଅମାନେ ପରିବର୍ତନ ହୋଇଯାନ୍ତି । ସେମାନେ ବିବାହ ପୂର୍ବରୁ ଗୋଟିଏ ପ୍ରତିଜ୍ଞା କରନ୍ତି ଏବଂ ବିବାହ ପରେ ବଦଳି ଯାନ୍ତି । ତେଣୁ ଆପଣ ଯଦି ଆପଣଙ୍କ ସାଥୀଙ୍କ ନିକଟରେ ଏହି ପ୍ରତିଜ୍ଞା କରିବେ ଆପଣଙ୍କ ସାଥୀ ଆପଣଙ୍କ ହାତ କେବେ ଛାଡିବେ ନାହିଁ । 

୩- ଯେବେ ତୁମେ ଅସଫଳ ହେବ ତୁମ ସାଥ ଦେବି :- ପ୍ରାୟତଃ ସାଧାରଣ ଜୀବନରେ ଯଦି ଜଣେ କେହି ଅସଫଳ ହୁଅନ୍ତି ତେବେ ତାକୁ ସମସ୍ତେ ତାତ୍ସଲ୍ୟ କରିବାକୁ ପ୍ରସ୍ତୁତ ହୋଇ ଯାନ୍ତି । ତେଣୁ ଆପଣ ଯଦି ଆପଣଙ୍କ ସାଥୀଙ୍କୁ ସାଥ ଦେବାକୁ ପ୍ରତିଜ୍ଞା କରିବେ ତେବେ ସେ ଖୁସୀ ହୋଇଯିବେ ।

୪- ମୁଁ କେବେ ଛାଡି ଯିବାକୁ ଧମକ ଦେବି ନାହିଁ:- ଏବେ ବୟଫ୍ରେଣ୍ଡ ଏବଂ ଗର୍ଲଫ୍ରେଣ୍ଡମାନେ କଥା କଥାରେ କଳହ କରିଥାନ୍ତି । ଏହି ସମୟରେ ସେମାନେ ଛାଡି ଯିବାକୁ ଧମକ ଦେଇଥାନ୍ତି । ତେଣୁ ଆପଣ ଯଦି ତାଙ୍କୁ ଏହି ପ୍ରତିଶ୍ରୂତି ଦେବେ ତାହେଲେ ସେ ନିଜକୁ ସ୍ପେସିଆଲ ଅନୁଭବ କରିବବେ । 

Subscribe

National International State Sports Entertainment