ଜାଣନ୍ତୁ ଫିଙ୍ଗରପ୍ରିଣ୍ଟ ମାଧ୍ୟମରେ କେମିତି ଚୋରି ହେଉଛି ଆପଣଙ୍କର ମହତ୍ତ୍ୱପୂର୍ଣ୍ଣ ଡାଟା
Khabar Odisha:lifestyle-Odisha-your-key-information-theft-through-fingerprint-technology-know-about-more
ନୂଆଦିଲ୍ଲୀ, ଜୁଲାଇ ୦୮(ଖବର ଓଡିଶା):

ଆପଣଙ୍କ ମହତ୍ତ୍ୱପୂର୍ଣ୍ଣ ଡାଟା ଆପଣଙ୍କ ଇଲେକ୍ଟ୍ରୋନିକ୍ସ ଡିଭାଇସରେ ସୁରକ୍ଷିତ ଅଛି କି ? ଯଦି ଆପଣଙ୍କର ଉତ୍ତର ହଁ, ତେବେ ଆପଣଙ୍କୁ ଆଉଥରେ ଏହା ଉପରେ ବିଚାର କରିବା ଆବଶ୍ୟକ । ଆଜିର ଏଇ ଟେକ୍ନୋଲୋଜି ଦୁନିଆରେ ଡିଜିଟାଲ୍ ପ୍ରାଇଭେସିର ଗ୍ୟାରେଣ୍ଟି ନାହିଁ । ଏ କଥା ଏଥିପାଇଁ ଉଠୁଛି କାରଣ ବର୍ତ୍ତମାନ ଆଡଭାରଟାଇଜମେଣ୍ଟ ଟେକ୍ ଇଣ୍ଡଷ୍ଟ୍ରୀ ଆମର ଡିଜିଟାଲ ଗିତିବିଧି ଉପରେ ନଜର ରଖିବା ରାସ୍ତା ଖୋଜିବାରେ ସମ୍ପୂର୍ଣ୍ଣ ଭାବେ ସକ୍ଷମ । କିନ୍ତୁ ସବୁଠାରୁ ବଡ ପ୍ରଶ୍ନ ହେଉଛି ଯେ, ଏସବୁ କେମିତି ହୁଏ ?

ଏସବୁ କାମ ଏକ୍ସପର୍ଟମାନେ ଫିଙ୍ଗରପ୍ରିଣ୍ଟ ମାଧ୍ୟମରେ କରିଥାନ୍ତେ । ଏହି ଟେକ୍‌ନୋଲୋଜିକୁ ବିଜ୍ଞମାନେ ନେକ୍ସଟ ଜେନେରେସନ ଟେକ୍‌ନୋଲୋଜି ବୋଲି କହୁଛନ୍ତି । ଏହି ଟୋକନୋଲୋଜି ମାଧ୍ୟମରେ ଆପଣଙ୍କ ମୋବାଇଲ କିମ୍ୱା କମ୍ପ୍ୟୁଟରର ସ୍କ୍ରିନ ରିଜୋଲ୍ୟୁସନ, ଅପରେଟିଂ ସିଷ୍ଟମ୍ ଏବଂ ମଡେଲର ସୂଚନା ନେଇଥାନ୍ତି । ଡିଭାଇସ୍ ବିଷୟରେ ଜାଣିବା ପରେ ଆପଣଙ୍କ ଡାଟାର ଏକ ପ୍ରୋଫାଇଲ୍ ପ୍ରସ୍ତୁତ କରାଯାଏ । ସବୁଠାରୁ ଚିନ୍ତାର ବିଷୟ ହେଉଛି ଯେ, ଏହି ଟେକନିକ ଠିକ୍ ସେହିଭଳି କାମ କରିଥାଏ, ଯେମିତି ଫିଙ୍ଗରପ୍ରିଣ୍ଟ ମାଧ୍ୟମରେ କୌଣସି ଲୋକର ପରିଚୟ କରାଯାଇଥାଏ । ଆଡଭାର୍ଟାଇଜର ଦ୍ୱାରା କଂଜ୍ୟୁମରଙ୍କୁ ପ୍ରଭାବିତ କରିବା ପାଇଁ ଏହାର ବ୍ୟବହାର କରାଯାଇଥାଏ । 

ଆଇଫୋନ୍ ଏବଂ ମେକୟୁଜର ପାଇଁ ଏପଲ ପକ୍ଷରୁ ଗତବର୍, ନିଜର ସଫାରୀ ବ୍ରାଉଜରରେ ଫିଙ୍ଗରପ୍ରିଣ୍ଟିଂକୁ ବଞ୍ଚାଇବା ମେକାନିଜିମ୍ ଆରମ୍ଭ କରିଛି । ଏଥିପାଇଁ ଦୁହେଁ ୱେବସାଇଟକୁ ସର୍ବନିମ୍ନ ସୂଚନା ଦେଇଥାନ୍ତି । ଏଭଳି ଭାବେ ମୋଡିଲା ମଧ୍ୟ ନିଜର ଫାୟାରଫକ୍ସ ବ୍ରାଉଜରରେ ମେକାନିଜିମ୍ ଆରମ୍ଭ କରିଛି । ଏହି ପରିପ୍ରେକ୍ଷିରେ ଗୁଗୁଲ କ୍ରୋମ୍ ଏହି ମେକାନିଜିମ୍ ଆଣିବ ବୋଲି ଘୋଷଣା କରିଛି । ଫ୍ରି ଆପ୍ ଗୁଡିକରେ ଟ୍ରାକିଂର ସମ୍ଭାବନା ଅଧିକ ଥାଏ, ତେଣୁ ସେଭଳି ଆପ୍ଲିକେସନଗୁଡିକୁ ଡିଲିଟ କରିବା ହିଁ ସର୍ବୋତ୍ତମ । 

Subscribe

National International State Sports Entertainment