କ୍ଷୀର ସହ ଭୁଲରେ ବି ଖାଇବେନି ଏହି ସବୁ ଜିନିଷ...
Khabar Odisha:lifestyle-Odisha-problems-drinking-milk-and-things-at-the-same-time
ଭୁବନେଶ୍ୱର, ଜୁଲାଇ ୨୫(ଖବର ଓଡ଼ିଶା):

ସାଧାରଣତଃ କ୍ଷୀରରେ ଅନେକ ପୋଷତତ୍ତ୍ୱ ରହିଥାଏ ଆମେ ଜାଣୁ । ଯାହା ସେବନ କରିବା ଦ୍ୱାରା ଆମ ଶରୀରକୁ ଅନେକ ଶକ୍ତି ଓ ଉପକାରୀ ଗୁଣ ଲାଭ ହୋଇଥାଏ । କିନ୍ତୁ ଆମେ ଜାଣିନଥାଉ ଯେ କ୍ଷୀର ସହ କେଉଁ ଜିନିଷ ଖାଇବା ଦ୍ୱାରା ଆମ ଶରୀରକୁ କ୍ଷତି ହୋଇଥାଏ । ଆସନ୍ତୁ ଜାଣିବା କ୍ଷୀର ସହ କେଉଁ ଜିନିଷ ସେବନ ଶରୀର ପାଇଁ ଖରାପ ହୋଇଥାଏ ।

କ୍ଷୀର ସହ ଦହି ଖାଇବା ଦ୍ୱାରା ଶରୀରରେ ଅଧିକ ଗ୍ୟାସ, ଏସିଡ଼ିଟିର ମାତ୍ରା ବୃଦ୍ଧି ପାଇଥାଏ ।  ଏକା ସହ ଦହି ଓ କ୍ଷୀର ଖାଇବା ଅନୁଚିତ । ଦହି ଖାଇବାର ୧ଘଣ୍ଟା ପରେ ଆପଣ କ୍ଷୀର ପିଇପାରିବେ । ଏହା ସହ ବିରି ଜିନିଷ ସହ କ୍ଷୀର ପିିଇବା ମଧ୍ୟ ଶରୀର ପାଇଁ କ୍ଷତି କରାଇଥାଏ । 

କ୍ଷୀର ପିଇବା ସମୟରେ ଫଳ ଖାଆନ୍ତୁ ନାହିଁ । ଆପଣ ଯଦି କ୍ଷୀର ପିଇବା ସମୟରେ କମଳା, ସପୁରୀ ଆଦି ଖାଇବା ଦ୍ୱାରା ଶରୀରକୁ କ୍ଷତି ହୋଇଥାଏ । ଏହା ସହ କଦଳୀ ମଧ୍ୟ ଖାଇବା ଦ୍ୱାରା କଫ ସୃଷ୍ଟି ହୋଇଥାଏ । ବ୍ରେଡ଼ ବଟର ସହ କ୍ଷୀର ପିଇବା ଦ୍ୱାରା ଶରୀରରେ ଅଧିକ କାବ୍ରହାଇଡ୍ରେଟ , ପ୍ରୋଟିନ ,ଫ୍ୟାଟ ଏକ ସହ ମିଳିଥାଏ ଯାହା ମେଦବହୁଳତାର କାରଣ ହୋଇପାରେ । 

ମାଛ ଖାଇବା ସହ କ୍ଷୀର ପିିଇବା ଶରୀରକୁ କ୍ଷତି ପହଂଚାଇଥାଏ । କାରଣ ଏହା ଦ୍ୱାରା ଗ୍ୟାସ , ଆଲେର୍ଜି ଓ ତ୍ୱଚା ସମ୍ପନ୍ଧିତ ରୋଗ ହୋଇଥାଏ । ସେହିପରି କ୍ଷୀର ସହ ରାଶି ଏକା ସହ ଖାଇବା ଉଚିତ ହୋଇନଥାଏ । 

  • Tags:

Subscribe

National International State Sports Entertainment