ଘରେ ପ୍ରସ୍ତୁତ କରନ୍ତୁ ବୋଇତି କଖାରୁ ହାଲୁଆ
Khabar Odisha:lifestyle-Odisha-kaddu-ka-halwa--recipe
ଭୁବନେଶ୍ୱର, ଜୁଲାଇ ୨୮(ଖବର ଓଡ଼ିଶା):

ଛୋଟ ଛୁଆ ହୁଅନ୍ତୁ କିମ୍ବା ବଡ଼ ଲୋକ ମିଠା ଜାତୀୟ ଖାଦ୍ୟ ସବୁ ସବୁ ପସନ୍ଦ କରିଥାନ୍ତି । ବୋଇତି କଖାରୁ ଏକ ଏଭଳି ପରିବା ଯାହା ଦ୍ୱାରା ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରିହେବ । ତାହାଲେ ବୋଇତି କଖାରୁ ହାଉଆ ଘରେ କେମିତି ପ୍ରସ୍ତୁତ କରିହେବ ଆସନ୍ତୁ ଜାଣିବା..

ସାମଗ୍ରୀ :

ବୋଇତି କଖାରୁ :୩କପ

କ୍ଷୀର: ୧କପ

ଘିଅ :୧/୨ କପ 

କାଜୁ, ପିସ୍ତାବାଦାମ: ୫୦ଗ୍ରାମ

ଅଳେଇଚ :୪ଟି

ଚିନି: ୧କପ

ପ୍ରଣାଳୀ: ପ୍ରଥମେ ଗ୍ୟାସ ଅନ କରି କାଜୁ ,ପିସ୍ତାବାଦାମକୁ ଅଳ୍ପ ଘିଅ ପକାଇ ଭାଜନ୍ତୁ । ବୋଇତି କଖାରୁକୁ କୋରି ଏକ ପାତ୍ରରେ ରଖନ୍ତୁ । ଗ୍ୟାସରେ ପ୍ରେସର କୁକର ନେଇ ସେଥିରେ ଘିଅ ଗରମ କରନ୍ତୁ । ଘିଅ ଗରମ ହେବା ପରେ ସେଥିରେ ବଇତି କଖାରୁ କୋରାକୁ ପକାଇ ୧୦ମିନିଟ ଭାଜନ୍ତୁ । ସେଥିରୁ ଅଳ୍ପ ପାଣି ବାହାରିବାକୁ ଲାଗିଲେ ସେଥିରେ ୨କପ ପାଣି ଓ ଏକ କପ କ୍ଷୀର ଦେଇ ପ୍ରେସରକୁକର ବନ୍ଦ କରି ୨ଟି ହ୍ୱିସିଲ ହେବା ଯାଏଁ ଛାଡ଼ି ଦିଅନ୍ତୁ । ବୋଇତିକଖାରୁ ସିଝିଯିବା ପରେ  ସେଥିରେ ଅଳେଇଚ ପକାନ୍ତୁ । ସେଥିରେ କାଜୁ ,ପିସ୍ତାବାଦାମ ଓ ଚିନି ପକାଇ ଦିଅନ୍ତୁ । ବର୍ତ୍ତମାନ ବୋଇତିକଖାରୁ ମିଶ୍ରଣକୁ ଭଲ ଭାବେ ଭାଜନ୍ତୁ । ବୋଇତି କଖାରୁ ହାଉଆ ହେବା ପରେ ଗ୍ୟାସ ବନ୍ଦ କରି ଏକ ପାତ୍ରକୁ ବାହାର କରି ନିଅନ୍ତୁ । ପରିବାର ତଥା ଅତିଥିଙ୍କୁ ପରଷନ୍ତୁ । 

  • Tags:

Subscribe

National International State Sports Entertainment