ବର୍ଷାଋତୁରେ ପିଲାଙ୍କ ପେଟ ଜନିତ ସମସ୍ୟା ଓ ପ୍ରତିକାର
Khabar Odisha:lifestyle-Odisha-best-diet-for-your-kids-in-monsoon-which-during-stomach-pain
ଭୁବନେଶ୍ୱର, ଜୁଲାଇ ୨୭(ଖବର ଓଡ଼ିଶା):

ବର୍ଷାଋତୁରେ ସାଧାରଣତଃ ପିଲାଙ୍କ ଖାଇବା ଠିକ ନ ହୋଇ ନଥାଏ । ଯାହା ଫଳରେ ପିଲାଙ୍କ ପାଚନ କ୍ରିୟାରେ ସମସ୍ୟା ସୃଷ୍ଟି କାରଣରୁ ସେମାନଙ୍କ କ୍ଷେତ୍ରରେ ପେଟ ବ୍ୟଥା ଦେଖାଦେଇଥାଏ  । ତେଣୁ ପିଲାଙ୍କୁ ଏହି ଦନଗୁଡ଼ିକରେ ଠିକ ଭାବରେ ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଦେବା ସହ ଯତ୍ନ ନେବା ଆବଶ୍ୟକ ହୋଇଥାଏ । ଆସନ୍ତୁ ଦେଖିବା ଏଭଳି ସ୍ଥିତିରେ କଣ କରିବା ଆବଶ୍ୟକ..

ଖାଦ୍ୟ ସମସ୍ୟା କାରଣରୁ ପେଟ କାଟୁଥିଲେ ପିଲାଙ୍କୁ କଦଳୀ ଖାଇବାକୁ ଦେଇପାରିବେ । କାରଣ କଦଳୀରେ ଦରକାରୀ ନ୍ୟୁଟ୍ରିଆଣ୍ଟସ ରହିଥାଏ । ପିଲାଙ୍କୁ ଏହି ଦିନରେ ଆମ୍ବ ବଦଳରେ ସେଓ ଖାଇବାକୁ ଦିଅନ୍ତୁ । ସେଓରେ ଆଇରନର ମାତ୍ରା ଅଧିକ ରହିଥାଏ । 

ପେଟ ବ୍ୟଥା ହେଉଥିଲେ ପିଲାଙ୍କୁ ବିନା ତେଲ ମସଲାରେ ପ୍ରସ୍ତୁତ ମୁଗ ଡ଼ାଲି ଖାଇବାକୁ ଦିଅନ୍ତୁ । ଏଥିରେ ପୋଷକତତ୍ୱ ଭରପୁର ରହିଥାଏ ଏବଂ ଏହା ଖୁବଶୀଘ୍ର ହଜମ ହୋଇଥାଏ । ପଇଡ଼ ପାଣି ପିଇବା ଦ୍ୱାରା ମଧ୍ୟ ଶରୀର ପାଇଁ ଖୁବ ଉପଯୋଗୀ ହୋଇଥାଏ । 

  • Tags:

Subscribe

National International State Sports Entertainment