ସହଜରେ ଘରେ ପ୍ରସ୍ତୁତ କରନ୍ତୁ ତରଭୂଜ ମୋଜିଟୋ, ଏହାର ମଜା ନିଅନ୍ତୁ
Khabar Odisha:lifestyle-Odisha-Praparation-of-watermelon-mojito
ଭୁବନେଶ୍ୱର, ଜୁନ ୦୯(ଖବର ଓଡ଼ିଶା):

ଥଣ୍ଡାପାନୀୟ ସମସ୍ତଙ୍କୁ ପସନ୍ଦ । ଆସନ୍ତୁ ଜାଣିବା ଘରେ କିପରି ଭାବେ ମୋଜିଟୋ ପ୍ରସ୍ତୁତି କରିପାରିବେ ।

ସାମଗ୍ରୀ :

ବରଫ ଖଣ୍ଡ :୪ଟି

ତରଭୂଜ: ୨ଖଣ୍ଡ

ସୋଢା :ଛୋଟ ଗ୍ଲାସ

ଚିନି : ୫୦ଗ୍ରାମ

ପୁଦିନା ପତ୍ର : ଅଳ୍ପ

ଜଲଜିରା : ଅଳ୍ପ

ପ୍ରସ୍ତୁତି : ପ୍ରଥମେ ତରଭୂଜ ମଞ୍ଜି ବାହାର କରି କାଟି ଛୋଟ ଛୋଟ ଖଣ୍ଡ କରନ୍ତୁ । ଗ୍ରାଇଣ୍ଡର ପାତ୍ରରେ କଟା ତରଭୂଜ ଓ ଚିନି ପକାଇ ସେଥିରେ ଅଳ୍ପ ପୂଦିନା ପତ୍ର ପକାଇ ଗ୍ରାଇଣ୍ଡିଂ କରନ୍ତୁ । ଏହାପରେ ଗ୍ରାଇଣ୍ଡି ହୋଇଥିବା ତରଭୂଜକୁ ଏକ ଗ୍ଲାସରେ ବାହାର କରନ୍ତୁ । ଅନ୍ୟ ଏକ ଗ୍ଲାସ ନେଇ ସେଥିରେ ୨ଖଣ୍ଡ ବରଫ ,ପୂଦିନା ପତ୍ର ,ଜଳଜିରା ପକାଇ ସେଥିରେ ସୋଢା ପକାନ୍ତୁ । ସେହି ଗ୍ଲାସରେ ବଟା ତରଭୂଜ ଅଳ୍ପ ପକାଇ ଗୋଳାନ୍ତୁ । ସେଥିରେ ତରଭୂଜ କାଟି ଗ୍ରାନିସିଙ୍ଗ କରନ୍ତୁ । ପ୍ରସ୍ତୁତ ହୋଇଗଲା ତରଭୂଜ ମୋଜିଟୋ ।

  • Tags:

Subscribe

National International State Sports Entertainment