ଆଜି ଆନ୍ତର୍ଜାତୀୟ ବନ୍ଧୁତା ଦିବସ
Khabar Odisha:lifestyle-Odisha-International-friendship-day-Celebration
ଭୁବନେଶ୍ୱର, ଅଗଷ୍ଟ ୦୪(ଖବର ଓଡ଼ିଶା):

ବନ୍ଧୁତା ଏକ ମୂଲ୍ୟବାନ ଶବ୍ଦ ହୋଇଥାଏ । ଯାହା ଭଗବାନଙ୍କର ମନୁଷ୍ୟ ପାଇଁ ଏକ ବିଶେଷ ଉପହାର । ତେଣୁ ଆପଣ ଆଜି ନିଜ ପରିବାର ଓ ବନ୍ଧୁଙ୍କ ସହ ପାଳନ କରନ୍ତୁ ବନ୍ଧୁତା ଦିବସ ।

ବନ୍ଧୁତା ଯେ କେବଳ ସାଙ୍ଗମାନଙ୍କ ସହ ଥିବା ସର୍ମ୍ପକୁ ବୁଝାଏ ତାହା ନୁହେଁ ବାପା ,ମା, ଭାଇ ଓ ଭଉଣୀ ମଧ୍ୟ ଏହି ସମ୍ପର୍କରେ ଯୋଡ଼ି ହୋଇଥାନ୍ତି । ବନ୍ଧୁତା ଏକ ଏପରି ସମ୍ପର୍କ ଯାହା ରକ୍ତ ସମ୍ପର୍କ ଠାରୁ ମଧ୍ୟ ଅଧିକ ହୋଇଥାଏ । ନିଜ ଭାବନାକୁ ସେୟାର କରିବା ପାଇଁ ଯେଉଁ ମଣିଷଟି ରହିଥାଏ ସେ ବନ୍ଧୁ ହୋଇଥାଏ । ପ୍ରକୃତ ବନ୍ଧୁ ତାକୁ କୁହାଯାଏ ଯିଏ ଆପଣଙ୍କ ସୁଖ ଓ ଦୁଖରେ ଭାଗିଦାର ହୋଇଥାଏ । ଯିଏ ପ୍ରକୃତ ବନ୍ଧୁ ସେ କେବେ ଆପଣଙ୍କ ହାତ ଛାଡ଼ି ନଥାଏ ,ସେହି ବନ୍ଧୁ ଯିଏ ଆପଣଙ୍କର ରକ୍ତର ନ ହୋଇ ମଧ୍ୟ ନିଜର ହୋଇଥାଏ । ତେଣୁ ଏହି ପବିତ୍ର ସମ୍ପର୍କକୁ ବନ୍ଧୁତା ଦିବସ ଭାବେ ଅଗଷ୍ଟ ମାସର ପ୍ରଥମ ରବିବାର ଦିନ ପାଳନ କରାଯାଏ । 

ଆଜି ଆନ୍ତର୍ଜାତୀୟ ବନ୍ଧୁତା ଦିବସ । ତେଣୁ ବନ୍ଧୁ ପାଇଁ ଥିବା ନିଜ ଭାବନାକୁ କାର୍ଡ଼ ଜରିଆରେ ମଧ୍ୟ ପ୍ରକାଶ କରିପାରିବେ । ଆଜି ଛୋଟ ଶିଶୁ ଠାରୁ ବୟସ୍କ ପର୍ଯ୍ୟନ୍ତ ନିଜ ବନ୍ଧୁଙ୍କ ଏହି ଦିବସର ଶୁଭେଚ୍ଛା ବର୍ତ୍ତା ପ୍ରଦାନ କରିଥାନ୍ତି । ଆଜିର ଦିନରେ ଯୁବପୀଢି ପରସ୍ପରକୁ ଫ୍ରେଣ୍ଡସିଫ ବ୍ୟାଣ୍ଡ ବାନ୍ଧି ନିଜ ବନ୍ଧୁତାର ଏହି ସ୍ୱତନ୍ତ୍ର ଦିନକୁ ପାଳନ କରିଥାନ୍ତି ।

  • Tags:

Subscribe

National International State Sports Entertainment