ସ୍ୱାସ୍ଥ୍ୟପାଇଁ ଲାଭଦାୟକ ବେଲ ପଣା
Khabar Odisha:lifestyle-Odisha-Amazing-Health-benefits-of-Bela-pana
ଭୁବନେଶ୍ୱର, ଏପ୍ରିଲ ୧୫(ଖବର ଓଡ଼ିଶା):

ବେଲ ଗଛ ବହୁ ଉପକାରୀ ହୋଇଥାଏ । ଏହି ଗଛରେ ଅନେକ ଔଷଧୀୟ ଗୁଣ ଭରହିଛି । ଏହାର ପତ୍ର, ଫୁଲ ଓ ଚେରରେ ବୀଜାଣୟ ପ୍ରତିରୋଧକ ଶକ୍ତି ରହିଥିବାରୁ ଅନେକ ପ୍ରକାର ସୁଫଳ ମିଳିଥାଏ । 

ଗରମ ସମୟରେ ଶରୀରରେ ପାଣିର ସମସ୍ୟା ପୂରଣ କରିବା ପାଇଁ ଆମେ ଅନେକ ପ୍ରକାରର ଉପାୟ ଆପଣାଇଥାଉ। ଏହି କ୍ରମରେ ଆମେ ଏପରି ଅନେକ ପାନୀୟଜଳର ସେବନ କରିଦେଉ ଯାହାକି ଆମ ଶରୀରରେ ଅନେକ ଖରାପ ପ୍ରଭାବ ପକାଇଥାଏ। ବେଲ ପଣା ଶରୀରରେ ପାଣିର କମିକୁ ପୂରଣ କରିବା ସହ ଅନେକ ଉପକାର ମଧ୍ୟ ପ୍ରଦାନ କରିଥାଏ। ବେଲରେ ପ୍ରୋଟିନ , ବିଟା-କେରୋଟିନ , ଥାୟାମିନ , ରାଇବ୍ଲୋଫ୍ଲୋବିନ ଏବଂ ଭିଟାମିନ ସି ଭରପୁର ମାତ୍ରାରେ ଥାଏ।

ବେଲ ପତ୍ରକୁ ଚୋବାଇ ଖାଇଲେ କ୍ଷୁଧା ବୃଦ୍ଧି ଘଟିଥାଏ । ବେଳପତ୍ର ରସ ସହ ଗୋଲମରିଚ ମିଶାଇ ଖାଇଲେ ପେଟର ସମସ୍ୟା ଦୂର ହୋଇଥାଏ । ଜଣ୍ଡିସ୍‌ ରୋଗ ହୋଇଥିଲେ ବେଲପତ୍ର ସହ ଗୋଲମରିଚ ମିଶାଇ ଖାଇଲେ ମୁକ୍ତି ମିଳିଥାଏ । ଖରାଦିନେ ବେଲ ପଣା ପିଇଲେ ପେଟ ଥଣ୍ଡା ରହିଥାଏ । ଡ଼ାଇବେଟିସ୍ ରୋଗୀମାନଙ୍କ ପାଇଁ ମଧ୍ୟ ଏହା ଉପକାରୀ ।  ବେଲ ପଣା ପେଟରେ ବଢ଼ୁଥିବା କୃମି ଏବଂ ଅନ୍ୟାନ୍ୟ କୀଟ ମାନଙ୍କୁ ନଷ୍ଟ କରିବାରେ ସହାୟକ ହୋଇଥାଏ।

  • Tags:

Subscribe

National International State Sports Entertainment