ରାତିରେ ଖାଆନ୍ତୁ ନାହିଁ ଏହି ୫ଟି ଖାଦ୍ୟ
Khabar Odisha:life-style-odisha-not-to-eat-these-foods-at-night
ନୂଆଦିଲ୍ଲୀ ,ମାର୍ଚ୍ଚ ୦୩ (ଖବର ଓଡିଶା ) :

ଆମେ ସବୁ ଭଲ ଭାବରେ ଜାଣିଛୁ କି ରାତିରେ ଅଧିକ ଖାଇବା ଦ୍ୱାରା ଓଜନ ବଢିବା ସହ ଅନିନ୍ଦ୍ରା ଓ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥାଏ । ସମସ୍ତଙ୍କର ଖାଇବା ନିଜ ଇଛାରେ ହୋଇଥାଏ, କିନ୍ତୁ କେଉଁ ଖାଦ୍ୟ କେତେବେଳେ ଖାଇଲେ ଭଲ ଏସବୁ ପ୍ରତି ଧ୍ୟାନ ଦେବା ଦରକାର । ଆମେ ଆପଣଙ୍କୁ ଏମିତି ଖାଦ୍ୟ କଥା କହିବୁ ଯାହାକୁ ରାତିରେ ଖାଇବା ଅନୁଚିତ ।

ରାତିରେ ଖାଆନ୍ତୁ ନାହିଁ ଏହି ଟି ଖାଦ୍ୟ

ଫ୍ରେଞ୍ଚ ଫ୍ରାଇଜ- ଛଣା ହୋଇଥିବା ଆଳୁ ସମସ୍ତଙ୍କର ପସନ୍ଦ ହେଲେ ଏହାକୁ ରାତିରେ ଖାଇବା କଥା ନୁହେଁ । ଏହାକୁ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହେବା ସହ ନିଦ ଠିକରେ ହୁଏ ନାହିଁ ।

ଚା’-ରାତିରେ ଶୋଇବା ପୂର୍ବରୁ ଚା’ ପିଇବାକୁ ସମସ୍ତଙ୍କୁ ଭଲ ଲାଗେ । କିନ୍ତୁ ଏହି ଅଭ୍ୟାସକୁ ଛାଡିବାକୁ ଚେଷ୍ଟା କରନ୍ତୁ । କାରଣ ରାତିରେ ଚା’ ପିଇବା ଦ୍ୱାରା ନିଦ ଭଲରେ ହୋଇନଥାଏ ।

ଆଇସକ୍ରିମ୍-ରାତିରେ ଆଇସକ୍ରିମ ଖାଆନ୍ତୁ ନାହିଁ । କାରଣ ଏହା ଏସିଡିଟି ସୃଷ୍ଟି କରିଥାଏ ।

ଚକୋଲେଟ୍-ଏହାକୁ ରାତିରେ ଖାଇବା କଥା ନୁହେଁ  । କାରଣ ଚକୋଲେଟରେ କଫିନ ରହିଥାଏ । ଏହାକୁ ରାତିରେ ଖାଇବା ଦ୍ୱାରା ନିଦ ଆସିବାରେ ବାଧା ସୃଷ୍ଟି କରିଥାଏ ।

ସୋଡା ଡ୍ରିଙ୍କସ-ଏଥିରେ କୌଣସି ପୋଷକ ଦ୍ରବ୍ୟ ନଥାଏ । ଏଥିରେ କ୍ୟାଲୋରୀ ଭରି ରହିଥାଏ । ଏହି ପାଣି ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ ।

  • Tags:

Subscribe

National International State Sports Entertainment