ଘରେ ପ୍ରସ୍ତୁତ କରନ୍ତୁ ଗରମା ଗରମ ଲେମନ ଚିକେନ
Khabar Odisha:life-style-food-lemon-chicken
ଭୁବନେଶ୍ୱର, ମାର୍ଚ୍ଚ ୧୩ (ଖବର ଓଡିଶା) :

ଲେମନ ଚିକେନ ଏକ ସହଜ ରେସିପି । ଏହାକୁ ମାତ୍ର କିଛି ମିନଟ ମଧ୍ୟରେ ପ୍ରସ୍ତୁତ ହୋଇଯିବ । ଯଦି ଆପଣ ଚିକେନ ଲଭର ତେବେ ଏହି ରେସିପି କମ ସମୟ ମଧ୍ୟରେ କରି ପାରିବେ । ତେବେ ନିଜ ସ୍ୱାଦ ଅନୁସାରେ ଏହି ରେସିପିକୁ ଆପଣ ପରିବର୍ତନ କରି ପାରିବେ । 

ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ – ୪ ଚିକେନ ପିସ୍, ୪ ଟେବୁଲ ସ୍ପୁନ ବଟର, ୨ ଟେବୁଲ ସ୍ପୁନ ଲେମ୍ବୁ ରସ, ୧ ଚୁଟକି କଳା ଲଙ୍କା, ୧/୩ ଚିକେନ ଷ୍ଟାକ, ୨ ଟେବୁଲ ସ୍ପୁନ ଭେଜିଟେବୁଲ ଅଏଲ, ୨ ମିଡିଅମ ସାଇଜ ଲେମନ , ୧ ଚଟକି ଲେମ୍ବୁ । 

ବିଧି- ପ୍ରଥମେ ଚିକେନ ଟୁକୁଡାକୁ ଧୋଇ ସଫା କରି ନିଅନ୍ତୁ । ଏହା ଯେପରି ୨ଇଂଚ ମୋଟା ରୁହେ । ରୋଲିଙ୍ଗ ପିନ ସାହାଯ୍ୟରେ ଏହାକୁ ପ୍ଲାଷ୍ଟିକରେ କଭର କରି ନିଅନ୍ତୁ । ଏବେ ଚିକେନକୁ ଲୁଣ ଏବଂ ଗୋଲମରିଚ ଗୁଣ୍ଡ ପକାଇ ଘସି ନିଅନ୍ତୁ । ଏହାକୁ ଅଟାରେ ରୋଲ କରି ନିଅନ୍ତୁ । ଏବେ ପ୍ୟାନରେ ଭେଜିଟେବୁଲ ଅଏଲ ଏବଂ ବଟର ପକାଇ ଗୋଲକ୍ତେନ ବ୍ରାଉନ ହେବା ପାଇଁ ଛାଡି ଦିଅନ୍ତୁ । ଦୁଇ ସାଇଡ ଯେପରି ବରାବର ରୁହେ । ଏବେ ଏଥିରେ ଲେମ୍ବୁ ରସ ପକାନ୍ତୁ । ଏବେ ଏକ ସର୍ଭିଙ୍ଗ ପ୍ଲେଟରେ ଏହାକୁ ପରଷି ଦିଅନ୍ତୁ । ଏଥିରେ ଧନିଆ ପକାଇ ଗାର୍ଣ୍ଣିସ କରି ପାରିବେ । 

Subscribe

National International State Sports Entertainment