ବିଭିନ୍ନ ସମସ୍ୟାର ରାମବାଣ ହେଉଛି ଜିରା
Khabar Odisha:health-odisha-6-amazing-health-benefits-of-cumin-seeds-zeera-ke-fayde
ଭୁବନେଶ୍ୱର, ଅପ୍ରେଲ ୧୨ (ଖବର ଓଡିଶା) :

  ଏବେ ପ୍ରାୟ ସବୁ ବର୍ଗର ଲୋକ ଫିଟ ରହିବା ପାଇଁ ଚାହୁଁଛନ୍ତି । ବ୍ୟସ୍ତ ବହୁଳ ଜୀବନ କାରଣରୁ ଜିମ ଯିବା ବ୍ୟାୟାମ କରିବା ସମ୍ଭବ ହେଉ ନାହିଁ । ଏହି ସମୟରେ ଆପଣଙ୍କ ରୋଷେଇ ଘରେ ଥିବା ଜିରା ଆପଣଙ୍କର ବହୁ କାମରେ ଆସିବ । ଏହା ଆପନଙ୍କର ବିଭିନ୍ନ ସ୍ୱାସ୍ତ୍ୟ ଜନିତ ସମସ୍ୟାକୁ ସମାଧାନ କରିଥାଏ । ତେବେ ଏହାକୁ କଂଚା ଖାଇବା ଉଚିତ୍ ନୁହେଁ । ଝିଅମାନଙ୍କର ମାସିକ ଧର୍ମ ସମୟରେ ଏହା ଖାଇବା ହାନିକାରକ ହୋଇଥାଏ । ଏହାକୁ ଉଚିତ୍ ମାତ୍ରାରେ ମଧ୍ୟ ବ୍ୟବହାର କରିବାକୁ ପଡିବ । 

ଯଦି ମାଇଗ୍ରେନ ସମସ୍ୟା ଥାଏ ତେବେ ପ୍ରତିଦିନ କଳା ଜିରା ତେଲ ମଥାରେ ଲଗାନ୍ତୁ । ଯଦି ଦାନ୍ତ ବିନ୍ଧା ହୁଏ ତେବେ ଗରମ ପାଣିରେ କଳା ଜିରା ତେଲର କିଛି ବୁନ୍ଦା ମିଶାଇ କୁଳି କଲେ ବିନ୍ଧା କମିଥାଏ । 

ଡାଇରିୟା, ଆସିଡିଟି, ପେଟ କାଟିବା, ପେଟରେ କୃମି ଜନିତ ସମସ୍ୟାର ମଧ୍ୟ ସମାଧାନ କରିଥାଏ । ଯଦି ଏଭଳି ସମସ୍ୟା ଥାଏ ତେବେ କିଛି କଳା ଜିରା ଖାଇ ନିଅନ୍ତୁ ଉପଶମ ମିଳିବ । 

ଯଦି ଘା କିମ୍ବା ଛୋଟ କ୍ଷତ ହୁଏ ତେବେ କଳା ଜିରା ଗୁଣ୍ଡ ଲେପ ଦିଅନ୍ତୁ । ଏହା ଦ୍ୱାରା ଖୁବ୍ ଶୀଘ୍ର କ୍ଷତ ଠିକ୍ ହୋଇଯିବ । ଆଂଟିବ୍ୟାକ୍ଟେରିୟାଲ ଗୁଣ କାରଣରୁ ସଂକ୍ରମଣ ହେବାରୁ ମଧ୍ୟ ରୋକିଥାଏ । 

ଜିରା ସେବନ କରିବା ଦ୍ୱାରା ଇମ୍ୟୁନି ସିଷ୍ଟମ ଠିକ୍ ରୁହେ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଏ । ଏହା ଦ୍ୱାରା ଥକା ଲାଗେ ନାହିଁ । 

କଳା ଜିରା ପିଇବା ଦ୍ୱାରା ଓଜନ ହ୍ରାସ ହୁଏ ଏବଂ ଶକ୍ତି ମିଳେ । ଜିରାରେ ବହୁ ମାତ୍ରାରେ ଆଇରନ ରହିଥାଏ । ଏହା ଗର୍ଭବତୀ ମହିଳାମାନଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । 

Subscribe

National International State Sports Entertainment