ଘରେ ପ୍ରସ୍ତୁତ କରନ୍ତୁ ଚଟପଟା ଶିମଳା ଲଙ୍କା ବରା ଚାଟ୍
Khabar Odisha:food-odisha-mirchi-vada-chaat
ଭୁବନେଶ୍ୱର, ଜୁଲାଇ ୦୮ (ଖବର ଓଡିଶା) :

ଶିମଳା ଲଙ୍କା ବରା ଚାଟ୍ ଏକ ରାଜସ୍ଥାନୀ ବ୍ରେକଫାଷ୍ଟ ରେସିପି । ଏହାକୁ କ୍ୟାପସିକମ ଏବଂ ବେସନରେ ପ୍ରସ୍ତୁତ କରାଯାଏ । ଏହା ଖାଇବା ପାଇଁ ଯେତିକି ସ୍ୱାଦିଷ୍ଟ ତିଆରି କରିବା ମଧ୍ୟ ସେତିକି ସହଜ । ତେଣୁ ଆପଣ ମଧ୍ୟ ଆପଣଙ୍କ ରୋଷେଇ ଘରେ ଏହାକୁ ପ୍ରସ୍ତୁତ କରନ୍ତୁ ଏବଂ ନିଜର ପ୍ରୟ ଲୋକଙ୍କୁ ପରଷନ୍ତି । ଦେଖିବେ ସେମାନେ ଆପଣଙ୍କର ପ୍ରଶଂସା ନକରି ରହି ପାରିବେ ନାହିଁ । 

ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ- ୬ଟି ଶିମଳା ଲଙ୍କା, ତେଲ, ଷ୍ଟଫିଙ୍ଗ୍ ମସଲା, ୧କପ୍ ଚକଟା ଯାଇଥିବା ସିଝା ଆଳୁ, ୩/୪ ସ୍ପୁନ ଲଙ୍କା ଗୁଣ୍ଡ, ୧/୨ ସ୍ପୁନ ଧନିଆ ପାଉଡର, ୧/୨ ଟି ସ୍ପୁନ ଗରମ ମସଲା ପାଉଡର, ୧/୨ ଟି ସ୍ପୁନ ଜିରା ପାଉଡର, ଲୁଣ ସ୍ୱାଦ ଅନୁସାରେ, ବଟର, ୧କପ୍ ବେସନ, ୧/୪ ଟି ସ୍ପୁନ ହଳଦୀ ଗୁଣ୍ଡ, ୧/୪ ଟି ସ୍ପୁନ ଫ୍ରୁଟ୍ ସଲ୍ଟ, ୧/୪ ଟି ସ୍ପୁନ ଚାଟ୍ ମସଲା । 

ବିଧି- ପ୍ରଥମ କଢେଇରେ ତେଲ ଗରମ କରି ନିଅନ୍ତୁ । ତେଲ ଗରମ ହେବା ପରେ ହଳଦୀ, ଲଙ୍କାଗୁଣ୍ଡ, ଧନିଆ ପାଉଡର, ଜିରା ପଉଡର ଏବଂ ଗରମ ମସଲା ପକାନ୍ତୁ । ଏହା ପରେ ଏଥିରେ ଆଳୁ ମିକ୍ସ କରନ୍ତୁ ଏବଂ ଲୁଣ ମିକ୍ସ କରନ୍ତୁ । ଆଳୁ ଭଲ ଭାବରେ ପ୍ରସ୍ତୁତ ହେବା ପରେ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଏବେ ଶିମଳା ଲଙ୍କାରେ ଚିରି ଏହି ମିଶ୍ରଣକୁ ଭରି ଦିଅନ୍ତୁ । 

ଏକ ପାତ୍ରରେ ବେସନ, ହଳଦୀ ପାଉଡର, ଲୁଣ, ଫ୍ରୁଟ ସାଲାଡ୍, ଲଙ୍କା ଗୁଣ୍ଡ ପକାନ୍ତୁ । ଏବେ ପାଣି ମିଶାଇ ଘୋଳ ପ୍ରସ୍ତୁତ କରନ୍ତୁ । ପୁଣି ଥରେ ଛାଣିବା ପାଇଁ କଢେଇରେ ତେଲ ଢାଳି ଗରମ କରନ୍ତୁ । ଷ୍ଟଫ୍ ହୋଇଥିବା ଲଙ୍କା ଗୁଡିକୁ ବେସନରେ ବୁଡାଇ ଛାଣି ନିଅନ୍ତୁ । ଲଙ୍କା ସମ୍ପୂର୍ଣ୍ଣ ଭାବରେ ଛାଣି ହୋଇଯିବା ପରେ ଏହାକୁ ଟିସୁ ପେପରରେ କାଢି ରଖି ନିଅନ୍ତୁ । 

ଏବେ ଆପଣ ଏକ ପାତ୍ରରେ ଛଣା ହୋଇଥିବା ଶିମଳା ଲଙ୍କା ଗୁଡିକୁ କାଟି ଛୋଟ ଛୋଟ ପିସ୍ କରି ନିଅନ୍ତୁ । ଏଥିରେ ଦହି, ମିଠା ଚଟଣି, ଧନିଆ ଚଟଣି, ଲଙ୍କା ଗୁଣ୍ଡ, ଚାଟ୍ ମସଲା ପକାନ୍ତୁ । ଏହାକୁ ସଜାଇବା ପାଇଁ ଉପରେ କିଛି ସେଉ, ପିଆଜ ଏବଂ ଧନିଆ ପତ୍ର ପକାଇ ଗରମ ଗରମ ପରଷି ଦିଅନ୍ତୁ । ଦେଖିବେ ଆପଣଙ୍କର ପ୍ରିୟଜନ ପ୍ରଶଂସା ନକରି ରହି ପାରିବେ ନାହିଁ । 

Subscribe

National International State Sports Entertainment