ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର ଫଳ ରାଇତା
Khabar Odisha:food-odisha-easy-and-simple-fruit-raita-recipe
ଭୁବନେଶ୍ୱର, ଅପ୍ରେଲ ୦୯ (ଖବର ଓଡିଶା) :

ଖରାଦିନେ ଖାଦ୍ୟ ସହ ରାଇତା ନହେଲେ ଖାଦ୍ୟ ଅସମ୍ପୂର୍ଣ୍ଣ ଲାଗିଥାଏ । ଆପଣ ଘରେ ବୁନ୍ଦି, ପୋଦିନା କିମ୍ବା ଆଳୁ ରାଇତା ପ୍ରସ୍ତୁତ କରିଥିନେ ନିଶ୍ଚୟ । କିନ୍ତୁ ଆମେ ଆଜି ଆପଣଙ୍କୁ ଫଳ ରାଇତା ବିଷୟରେ କହିବାକୁ ଯାଉଛୁ । ଯାହାକି ଖାଇବା ପାଇଁ ଯେତିକି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ସେତିକି ହିତକର ।

ସାମଗ୍ରୀ- ଦହି ୪କପ୍, କଦଳୀ ୩ଟା, ସେଓ ୩ଟା, ଡାଳିମ୍ବ ଦାନା ୨କପ୍, ଚାଟ ମସଲା ୧ଟି ସ୍ପୁନ, ରାଇତା ମସଲା ୨ ଟିସ୍ପୁନ, ଗୋଲମରିଚ ପାଉଡର ୧ଟି ସ୍ପୁନ, ଲୁଣ ସ୍ୱାଦ ଅନୁସାରେ । 

ବିଧି- ଏକ ବଡ ପାତ୍ରରେ ଦହି ଢାଳନ୍ତୁ । ଏଥିରେ ଲୁଣ, ଗୋଲମରିଚ ଗୁଣ୍ଡ, ଜିରା ପାଉଡର ମିକ୍ସ କରି ନିଅନ୍ତୁ । ସମସ୍ତ ଜିନିଷ ମିଶାଇବା ପରେ ଭଲ ଭାବରେ ଏହାକୁ ଫେଂଟି ଦିଅନ୍ତୁ । ଏବେ ଏଥିରେ କଟା ଯାଇଥିବା ଫଳ ପକାନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କୁ ଫଳ ରାଇତା । ଏହାକୁ ଫ୍ରିଜରେ ୧୫ ମିନିଟ ପର୍ଯ୍ୟନ୍ତ ରଖି ନିଅନ୍ତୁ ଏବଂ ଥଣ୍ଡା ଥଣ୍ଡା ପରଷି ଦିଅନ୍ତୁ । 

Subscribe

National International State Sports Entertainment