ଘରେ ପ୍ରସ୍ତୁତ କରନ୍ତୁ ଖରାଦିନିଆ ଆଚାର ରେସିପି
Khabar Odisha:food-life-style-odisha-chilled-summer-pickle
ଭୁବନେଶ୍ୱର, ମାର୍ଚ୍ଚ ୧୨ (ଖବର ଓଡିଶା) :

 ଆମ ଦେଶରେ ଆଚାର ପ୍ରାୟ ସମସ୍ତଙ୍କ ଘରେ ରହିଥାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ ସମସ୍ତେ ଭଲ ପାନ୍ତି । ତେବେ ଏହାକୁ ପ୍ରସ୍ତୁତ କରିବାକୁ ବିଭିନ୍ନ ପ୍ରକାରର ପରିବା ବ୍ୟବହାର କରାଯାଏ । ତେବେ ଆଚାରର ଲୋକପ୍ରିୟତା ଦେଖି ଏହା କହିବା ବୋଧେ ଭୁଲ ହେବ ନାହିଁ ଯେ, ଆଚାର ଏବେ ଏକ ସାଇଡ ଡିଶ୍ ହୋଇ ସାରିଛି । ଯଦି ଆପଣଙ୍କୁ ଆଚାର ପସନ୍ଦ ତେବେ ଏଭଳୀ କରି ପାରିବେ ପ୍ରସ୍ତୁତ  । 

ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ- ୨ ଗାଜର, ୨ମୁଳା, ୪ କଂଚା ଲଙ୍କା, ୨୦ ଗ୍ରାମ ଅଦା, ୧/୨ ଟି ସ୍ପୁନ ଗୋଲମରିଚ, ୧କାକୁଡି, ୮ଟି ରଶୁଣ କୋଲା, ୨ଟେବୁଲ ସ୍ପୁନ ଲେମ୍ବୁ ରସ, ୧କପ ରାଇସ ଭିନେଗାର, ୧/୨ ଟିସ୍ପୁନ ଚିନି, ଲୁଣ ସ୍ୱାଦଅନୁସାରେ, ୧/୨  ବଟା ଶୋରିଷ, ଆବଶ୍ୟକ ଅନୁସାରେ ତେଲ । 

ବିଧି- ଗାଜର, ମୂଳା, କାକୁଡି, ଅଦା, କଂଚାଲଙ୍କା, ରଶୁଣଖୁ ଧୋଇ କାଟି ନିଅନ୍ତୁ । ଏବେ ଏକ ବଡ ପାତ୍ରରେ କଟାଯାଇଥିବା ପରିବାକୁ ରଖନ୍ତୁ ଏବଂ ଭିନେଗାର ଢାଳି ଦିଅନ୍ତୁ । ଏବେ ଏଥିରେ ଲୁଣ, ତେଲ, ଗୋଲମରିଚ ଗୁଣ୍ଡ, ଚିନି, ଶୋରିଷ ଗୁଣ୍ଡ, ଲେମ୍ବୁ ରସ ପକାନ୍ତୁ । ଢାଳିବା ସମୟରେ ମାତ୍ରାର ଯେଭଳି ଧ୍ୟାନ ରୁହେ । ଏବେ ଏହାକୁ ଭଳ ଭାବରେ ଗୋଳାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ ଏକ ଜାରରେ ରଖି ନିଅନ୍ତୁ ଏବଂ ଉପରକୁ ଏକ କପଡାରେ ଢାଙ୍କି ଦିଅନ୍ତୁ । ଏବେ ଏହି ଜାରକୁ ଫ୍ରିଜରେ ତିନି ଦିନ ପର୍ଯ୍ୟନ୍ତ ରଖନ୍ତୁ । ତିନି ଦିନ ପରେ ଏହି ଆଚାରର ମଜା ଉଠାନ୍ତୁ । 

Subscribe

National International State Sports Entertainment