୪ ରାଜ୍ୟରେ ‘ଓ୍ଵାନ ନେସନ, ଓ୍ଵାନ କାର୍ଡ’ର ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ, ଶୀଘ୍ର ପୂରା ଦେଶରେ ହେବ ଲାଗୁ
Khabar Odisha:National-odisha-pilot-project-of-one-nation-one-ration-card-scheme
ନୂଆଦିଲ୍ଲୀ,ଅଗଷ୍ଟ୦୯(ଖବର ଓଡ଼ିଶା):

 ସରକାରଙ୍କ ‘ଓ୍ଵାନ ନେସନ, ଓ୍ଵାନ କାର୍ଡ’ ଯୋଜନାର ପାଇଲଟ୍  ପ୍ରୋଜେକ୍ଟ ଶୁକ୍ରବାର ଉଦଘାଟନ ହୋଇଛି। ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ଗୁଜରାତ ଓ ମହାରାଷ୍ଟ୍ର ମଧ୍ୟରେ କାର୍ଡ ପୋର୍ଟେବିଲିଟିର ସୁବିଧା କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ  ରାମବିଳାସ ପାସଓ୍ଵାନ ଶୁକ୍ରବାର ଅନଲାଇନ ଉଦଘାଟନ କରିଛନ୍ତି। ପାଇଲଟ୍ ପ୍ରକଳ୍ପ ସଫଳ ହେଲେ ଏହାକୁ ପୂରା ଦେଶରେ ଲାଗୁ କରାଯିବ। ଏହି ଯୋଜନା ଆଧାରରେ ରାସନ କାର୍ଡ ପୂରା ଦେଶରେ ଆଇନସଙ୍ଗତ ହୋଇଯିବ।

ସରକାର ଆଶା ରଖିଛନ୍ତି ଯେ, ଏହା କେବଳ ନା ଭ୍ରଷ୍ଟାଚାର ଉପରେ ଲଗାମ ଲଗାଇବ ବରଂ ରୋଜଗାର କିମ୍ବା  ଅନ୍ୟ କାରଣରୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିବା ଗରିବ ଲୋକଙ୍କୁ ସବସିଡିରେ ପାଉଥିବା ରାସନରୁ ବଞ୍ଚିତ ହେବାକୁ ପଡ଼ିବ ନାହିଁ। ଏହି ପରବର୍ତ୍ତନ ଦ୍ଵାରା ଜଣେ ଲୋକଙ୍କୁ ଗୋଟିଏରୁ ଅଧିକ ରାସନ କାର୍ଡ ରଖିବାର ସମ୍ଭାବନା ମଧ୍ୟ ଶେଷ ହେବ।

ପ୍ରବାସୀ ଶ୍ରମିକଙ୍କୁ ଏହାର ସବୁଠୁ ଅଧିକ ଲାଭ ମିଳିବା ଦାବି କରି ଗତ ଦିନରେ ରାମବିଳାସ ପାସଓ୍ଵାନ କହିଛନ୍ତି ଯେ, ଏଥିରେ ପୂର୍ଣ୍ଣ ଖାଦ୍ୟ ସୁରକ୍ଷା ମିଳିବ। ଏଥିରେ ଉପଭୋକ୍ତାଙ୍କୁ ସ୍ଵାଧୀନତା ମିଳିବ, କାରଣ ସେମାନଙ୍କୁ ଗୋଟିଏ ପିଡିଏସ ଦୋକାନରେ ସୀମିତ ରହିବାକୁ ପଡ଼ିବ ନାହିଁ। ‘ଓ୍ଵାନ ନେସନ, ଓ୍ଵାନ କାର୍ଡ’ ଭ୍ରଷ୍ଟାଚାର ଉପରେ ମଧ୍ୟ ଲଗାମ ଲଗାଇବ। 

ଏହି ଲକ୍ଷ୍ୟକୁ  ହାସଲ କରିବା ପାଇଁ ଖାଦ୍ୟ ମନ୍ତ୍ରଣାଳୟ ସମସ୍ତ କାର୍ଡର ଏକ କେନ୍ଦ୍ରୀୟ ଡାଟାବେସ୍ ପ୍ରସ୍ତୁତ କରିବ, ଯାହା ନକଲି କାର୍ଡ ଧରିବାରେ ସହାୟତ କରିବ। ଖାଦ୍ୟ ମନ୍ତ୍ରଣାଳୟ କହିଛନ୍ତି ଯେ, ଆଇଏମପିଡିଏସ ଆନ୍ଧ୍ର ପ୍ରଦେଶ, ଗୁଜରାତ, ହରିୟାଣା, ଝାରଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ତେଲଙ୍ଗାନା ଓ ତ୍ରିପୁରାରେ ପୂର୍ବରୁ ଲାଗୁ ହୋଇଛି। 

ବିଶେଷଜ୍ଞଙ୍କ କହିବା ଅନୁସାରେ ଏହାଦ୍ୱାରା ସେହି ଲୋକମାନେ ଅଧିକ ଲାଭନ୍ୱିତ ହେବେ ଯେଉଁମାନେ ଅନ୍ୟ ରାଜ୍ୟକୁ କାମ ଅନ୍ୱେଶେଣ ପାଇଁ ଯାଇଥାନ୍ତି । ଏହି ଯୋଜନା ଲାଗୁ କରିବା ପାଇଁ ଖାଉଟି କଲ୍ୟାଣ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ ବିଭାଗୀୟ ସଚିବ ଏବଂ ରାଜ୍ୟ ସରକାରଙ୍କ ପ୍ରତିନିଧିମାନଙ୍କ ସହ ବୈଠକ କରିଥିଲେ। ଶନିବାର ଦିନ ଦେଇଥିବା ବୟାନରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜୁନ ୩୦,୨୦୨୦ ସୁଦ୍ଧା ସାରା ଦେଶରେ ୱାନ ନେସନ ୱାନ ରାସନକାର୍ଡ ନିୟମ ସାରା ଦେଶରେ କାର୍ଯ୍ୟକାରୀ ହେବ । ୨୨ ରାଜ୍ୟରେ ପିଓଏସ ମିଶନ ଲାଗୁ ହୋଇ ସାରିଛି ।  

Subscribe

National International State Sports Entertainment