ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇ ଓଜନ କମାନ୍ତୁ
Khabar Odisha:Lifestyle-Odisha-you-should-drink-water-as-per-your-weight-to-slim-down
ଭୁବନେଶ୍ୱର, ମାର୍ଚ୍ଚ ୦୮(ଖବର ଓଡ଼ିଶା):

 ଓଜନ ବୃଦ୍ଧି ପାଇବା ଲୋକଙ୍କ ଜୀବନରେ ଏକ ବିରାଟ ସମସ୍ୟା ପାଲଟିଗଲାଣି । ଅନେକ ଲୋକ ନିଜର ଓଜନ କମାଇବାକୁ ନେଇ ଖୁବ୍‌ ଚିନ୍ତିତ ହୋଇପଡ଼ୁଛନ୍ତି। କିଏ ଏଥିପାଇଁ ଔଷଧ ସେବନ କଲାଣି ତ କିଏ ବ୍ୟାୟାମଶାଳାରେ ଘଣ୍ଟା ଘଣ୍ଟା ସମୟ ବିତାଉଛନ୍ତି। କେବଳ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇ ମଧ୍ୟ ଆପଣ ଓଜନ କମାଇପାରିବେ । କିନ୍ତୁ କେତେ ପରିମାଣର ପାଣି ଦିନକୁ ପଇବାଦ୍ୱାରା ଆପଣ ଓଜନ ସନ୍ତୁଳନ ଠିକ ରଖିପାରିବେ ।

ଓଜନ କମାଇବାରେ ପାଣି : ସୁସ୍ଥ ଶରୀର ପାଇବା ପାଇଁ  ଦିନ ମଧ୍ୟରେ କମ ସେ କମ ୧୦ରୁ ୧୨ ଗ୍ଲାସ ପାଣି ପିଇବା ଆବଶ୍ୟକ ।  ଏହା ଛଡ଼ା ପାଣି ପିଇବା ଦ୍ୱାରା ଓଜନ ମଧ୍ୟ ହ୍ରାସ ହୋଇଥାଏ । ପାଣିରେ କ୍ୟାଲୋରୀ ମାତ୍ରା ଆଦୈା ନଥାଏ । ଏହା ଦ୍ୱାରା ଆପଣଙ୍କ ଶରୀରରେ କ୍ୟାଲୋରୀ ବୃଦ୍ଧି ହୋଇନଥାଏ । ଏହା ଫଳରେ ଭୋକ ମଧ୍ୟ ଆୟତରେ ରହିବା ସହ ମେଟାବୋଲିଜମ ମଧ୍ୟ ସକ୍ରିୟ ରହିଥାଏ ।

କେତେ ପାଣି ପିଇବେ : ସାଧାରଣତଃ ପ୍ରତିଦିନ ୨ଲିଟର ପାଣି ପିଇବା ଜରୁରୀ ହୋଇଥାଏ । ଖାଦ୍ୟ ଖାଇବାର ଅଧଘଣ୍ଟା ପରେ ପାଣି ପିଇବା ଦ୍ୱାରା ପାଚନ କ୍ରିୟା ଭଲ ଭାବେ ହୋଇଥାଏ । ଓଜନ କମାଇବା ପାଇଁ ଆପଣ ଦିନକୁ ୩,୪ ଲିଟର ପାଣି ମଧ୍ୟ ପିଇପାରିବେ । ଏହାକୁ ଛାଡ଼ି ଶରୀରର ଓଜନ ଖାଦ୍ୟ ଓ ନିଦ୍ରା ଉପରେ ମଧ୍ୟ ନିର୍ଭର କରିଥାଏ ।

କେତେବେଳେ ଓ କିପରି ପିଇବେ ପାଣି : ସକାଳୁ ଉଠୁ ଉଠୁ ଖାଲି ପେଟରେ ୨,୪ଗ୍ଳାସ ପାଣି ପିଅନ୍ତୁ । ବ୍ୟାୟାମ  ପରେ ୬ଗ୍ଲାସ  ପାଣି ପିଅନ୍ତୁ ।  ଖାଦ୍ୟ ଖାଇବା ୨୦ମିନିଟ ପୂର୍ବରୁ ପାଣି ପିଇବା ଭଲ ହୋଇଥାଏ । ତିନି ମାସ ଯାଏଁ ଏପରି କରିବା ଦ୍ୱାରା ଆପଣଙ୍କ ଓଜନ କମ ହେବ ନିଜେ ଅନୁଭବ କରି ପାରିବେ । ଖରା ଦିନେ ନିୟମିତ ବ୍ୟବଧାନରେ ପାଣି ପିଅନ୍ତୁ ।

ଉଷୁମ ପାଣି : ଉଷୁମ ପାଣି ଆପଣଙ୍କ ଶରୀରରେ ପେଟ ଅଂଶକୁ ବୃଦ୍ଧି ହେବାକୁ ଦେଇନଥାଏ । ତେଣୁ ପ୍ରତି ଦିନ ୨,୩ ଥର ଉଷୁମ ପାଣି ପିଇବା ଦ୍ୱାରା ଶରୀରରେ ପେଟ ବୃଦ୍ଧି ହୋଇନଥାଏ ।

Subscribe

National International State Sports Entertainment