ବୃଦ୍ଧା ସମୟରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ମସ୍ତିଷ୍କ ଅଧିକ ସକ୍ରିୟ
Khabar Odisha:Lifestyle-Odisha-womens-brains-are-four-years-younger-than-men
ଭୁବନେଶ୍ୱର , ଫେବୃଆରୀ ୦୬(ଖବର ଓଡ଼ିଶା):

 ବୃଦ୍ଧକାଳରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ମସ୍ତିଷ୍କ ଅଧିକ ଆକ୍ଟିଭ ରହିଥାଏ । ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ କାହାର ମାନସିକ ସନ୍ତୁଳନ ଅଧିକ ସୁଦୃଢ ରହିଥାଏ ପରୀକ୍ଷା କରାଯାଇଥିଲା।

ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ମସ୍ତିଷ୍କ ଚାରି ବର୍ଷ ଛୋଟ ହୋଇଥାଏ । କଣ ପାଇଁ ବୃଦ୍ଧକାଳରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ମସ୍ତିଷ୍କ ଅଧିକ ଆକ୍ଟିଭ ରହିଥାଏ ଆସନ୍ତୁ ଜାଣିବା । ପୁରୁଷ ଓ ମହିଳାଙ୍କ କିଛି ନମୂନାକୁ ନେଇ ସେମାନଙ୍କ ମସ୍ତିଷ୍କର ସ୍କାନ କରାଯାଇଛି । ଏଥିରେ ୨୦ରୁ ୮୨ ବର୍ଷ ଯାଏ ମହିଳା ଓ ପୁରୁଷଙ୍କ ମାନସିକ ସନ୍ତୁଳନକୁ ନେଇ ପରୀକ୍ଷା କରାଯାଇଛି। ଏଥିରୁ ଜଣା ପଡିଛି ଯେ ବାର୍ଦ୍ଧକ୍ୟ ସମୟରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ମସ୍ତିଷ୍କ ଅଧିକ ସକ୍ରିୟ ରହିଥାଏ।

ପୁରୁଷଙ୍କ ତୁଳନାରେ ମହିଳାଙ୍କ ମସ୍ତିଷ୍କ ୩.୮ ବାୟୋଲଜିକାଲ ବର୍ଷ ଛୋଟ । ଏହା ମହିଳା ଗ୍ଲୁକୋଜ ବ୍ୟବହାର ଓ ଏନାର୍ଜି କମ କରିବାର ଆଧାରରେ ହୋଇଛି । ଏଥିରୁ ହିଁ ମସ୍ତିଷ୍କର କାର୍ଯ୍ୟ ପ୍ରଭାବିତ ହୋଇଥାଏ । ପୂର୍ବରୁ ହିଁ ଏହି ବିଷୟଟି ଜଣାଥିଲା ଯେ ବୟସ ବଢିବା ସହ ପୁରୁଷଙ୍କ ମସ୍ତିଷ୍କ ମହିଳାଙ୍କ ଠାରୁ ଅଧିକ ଥକିଯାଏ । ମହିଳାଙ୍କ ମେଟାବୋଲିଜମ ଓ ପୁରୁଷଙ୍କ ମେଟାବୋଲିଜମ ଅଲଗା ଅଲଗା ଧରଣର ହୋଇଥାଏ ।

Subscribe

National International State Sports Entertainment