ଏଥର ଘରେ ପ୍ରସ୍ତୁତ କରନ୍ତୁ ମୁଗ ଡ଼ାଲି ହାଲୁଆ
Khabar Odisha:Lifestyle-Odisha-recipe-to-make-moong-dal-halwa
ଭୁବନେଶ୍ୱର ,ଫେବୃଆରୀ ୦୫(ଖବର ଓଡ଼ିଶା)

: ମିଠା ଯାତୀୟ ବ୍ୟଞ୍ଜନ ସାଧାରଣତଃ ସମସ୍ତଙ୍କୁ ଭଲ ଲାଗେ । ତେବେ ଆଜି ଆମେ ପ୍ରସ୍ତୁତ କରିବା ଏକ ମିଠା ଜାତୀୟ ଖାଦ୍ୟ ଯାହା ଖାଇବାକୁ ଯେତିକି ସୁସ୍ୱାଦୁ, ପ୍ରସ୍ତୁତ କରିବା ମଧ୍ୟ ସେତେ ସହଜ । ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ମୁଗ ଡ଼ାଲି ହାଲୁଆ...

ସାମଗ୍ରୀ :

ଗୁଜୁରାତି ଗୁଣ୍ଡ : ଏକ ଚାମଚ

କିସମିସ : ଅଧା କପ

ଦେଶୀ ଘିଅ : ଏକ କପ

ମୁଗ ଡ଼ାଲି : ଏକ କପ

ଚିନି : ୧ ୧/୨ କପ

କାଜୁ : ଅଧା କପ

ବାଦାମ : ଅଧା କପ

ପ୍ରସ୍ତୁତି ପ୍ରଣାଳୀ : 

ପ୍ରଥମେ ମୁଗ ଡ଼ାଲିକୁ ଭଲଭାବେ ଧୋଇ  ଦୁଇ ତିନି ଘଣ୍ଟା ପାଣିରେ ବତୁରାଇ ରଖନ୍ତୁ । ଏହା ପରେ ସେହି ମୁଗ ଡ଼ାଲିକୁ ଗ୍ରାଇଣ୍ଡର ସାହଯ୍ୟରେ ବାଟି ଦିଅନ୍ତୁ । ଅଧିକ ଚିକ୍କଣ ନ ହେବା ଆବଶ୍ୟକ । ବର୍ତ୍ତମାନ ଗ୍ୟାସ ଅନ କରନ୍ତୁ । ସେଥିରେ କଢେଇ ବସାଇ ଘିଅ ଗରମ କରନ୍ତୁ । ଘିଅଟି ଗରମ ହେବା ପରେ ସେଥିରେ ବଟା ହୋଇଥିବା ଡ଼ାଲି ପକାଇ ମଧ୍ୟମ ଧରଣର ଜାଳରେ ଚୁଲିରେ ବସାଇ ଗୋଳାନ୍ତୁ । ବଟା ଡ଼ାଲିଟି ଭଲଭାବେ ଭାଜି ହୋଇଯିବା ପରେ ତାକୁ ଅନ୍ୟ ଏକ ପାତ୍ରକୁ ବାହାର କରିନିଅନ୍ତୁ । 

ପୁଣି ଗ୍ୟାସ ଅନ କରି କଢେଇରେ ଖୁଆ ପକାଇ ଗରମ କରନ୍ତୁ । ସେଥିରେ ଭାଜି ହୋଇଥିବା ଡ଼ାଲିକୁ ପକାଇ ମିଶାନ୍ତୁ । ଗୋଟିଏ ପାତ୍ରରେ ଚିନି ଓ ସେହି ପରିମାଣରେ ପାଣି ମିଶାଇ ଗ୍ୟାସରେ ବସାଇ ସୀରା ବନାନ୍ତୁ । ଏହି ସୀରା ତିଆରି ହେବା ପରେ ତାକୁ ଡ଼ାଲିରେ କପାଇ ସେଥିରେ କିସମିସ, କାଜୁ ପକାନ୍ତୁ । ଗ୍ୟାସର ଜାଳ କମ କରି ସେଥିରେ ଏହି ଡ଼ାଲିକୁ ପାଞ୍ଚରୁ ସାତ ମିନିଟ ପର୍ଯ୍ୟନ୍ତ ବସାନ୍ତୁ । ପ୍ରସ୍ତୁତ ହୋଇଯିବ ଆପଣଙ୍କ ମୁଗ ଡ଼ାଲି ହାଲୁଆ । ସେଥିରେ ଗୁଜୁରାତି ଗୁଣ୍ଡ ଓ ବାଦାମ ପକାଇ ଘର ଲୋକଙ୍କୁ ପରଷନ୍ତୁ ।

Subscribe

National International State Sports Entertainment