ଘରେ ମସଲା ମାକ୍ରୋନି ପ୍ରସ୍ତୁତ କରି ଖାଆନ୍ତୁ ଓ ମଜା ନିଅନ୍ତୁ
Khabar Odisha:Lifestyle-Odisha-masala-macroni-recipe
ଭୁବନେଶ୍ୱର, ଅଗଷ୍ଟ ୨୩(ଖବର ଓଡ଼ିଶା):

ସମସ୍ତଙ୍କୁ ସୁସ୍ୱାଦୁ ଖାଇବା ପସନ୍ଦ ଥାଏ । କିନ୍ତୁ ସମୟ ଅଭାବରୁ ନିଜ ମନ ପସନ୍ଦର ଖାଦ୍ର ପ୍ରସ୍ତୁତ କରି ହୋଇନଥାଏ । ଆସନ୍ତୁ ଜାଣିବା ମସଲା ମାକ୍ରୋନି କିପରି ପ୍ରସ୍ତୁତ କରାଯାଏ ।

ସାମଗ୍ରୀ: ମାକ୍ରୋନି :୨୦୦ଗ୍ରାମ

ପନିର : ୫୦ଗ୍ରାମ

ଲୁଣ: ସ୍ୱାଦଅନୁସାରେ

ପିଆଜ: ୫୦ଗ୍ରାମ

ସିମଲା ଲଙ୍କା : ୫୦ଗ୍ରାମ

ଟମାଟୋ ସସ: ୩ଚାମଚ

ଚିଲ୍ଲି ସସ : ୧ଚାମଚ

ଅଦା ଓ ରସୁଣ ପେଷ୍ଟ : ଅଧା ଚାମଚ

ପ୍ରସ୍ତୁତି ପ୍ରଣାଳୀ: ମସଲା ମାକ୍ରୋନି ପ୍ରସ୍ତୁତ କରବା ପାଇଁ ପ୍ରଥମେ ଏକ ସସ୍ ପ୍ୟାନକୁ ଗ୍ୟାସ ଅନ କରି ପାଣି ଗରମ କରନ୍ତୁ । ସେଥିରେ ମାକ୍ରୋନି ପକାଇ ଭଲ ଭାବେ ସିଝାନ୍ତୁ । ମାକ୍ରୋନି ସିଝି ଯିବା ପରେ ସେଥିରୁ ପାଣି ବାହାର କରିନିଅନ୍ତୁ । ଏକ କଡେଇ ବସାଇ ସେଥିରେ ଏକ ଚାମଚ ତେଲ ଗରମ କରନ୍ତୁ । ସେଥିରେ ଅଧା ଚାମଚ ଅଦାରସୁଣ ପେଷ୍ଟ ପକାଇ ସିମ ଜିଳରେ ଭାଜନ୍ତୁ । ସେଥିରେ ଛୋଟ ଛୋଟ କଟା ହୋଇଥିବା ସିମଲା ଲଙ୍କା ଓ ପିଆଜକୁ ପକାନ୍ତୁ । ମସଲା ସହ ସିମଲା ଲଙ୍କା ଓ ପିଆଜ ଭାଜି ହେବା ପରେ ସେଥିରେ ମାକ୍ରୋନି ପକାନ୍ତୁ । ସେଥିରେ ଟମାଟୋ ସସ, ଚିଲି ସସ ଓ ଏକ ଚିମୁଟା ଲଙ୍କା ଗୁଣ୍ଡ ଓ ସ୍ୱାଦନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ । ଗ୍ୟାସ ବନ୍ଦ କରି ଏକ ପାତ୍ରକୁ ଗରମାଗରମ ମାକ୍ରୋନି ବାହାର କରିନିଅନ୍ତୁ । ତାହା ଉପରେ ପନିରକୁ କୋରି ପକାନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ମସଲା ମାକ୍ରୋନି  । 

  • Tags:

Subscribe

National International State Sports Entertainment