କିଡ଼ନୀକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତେବେ ଏସବୁ ଠାରୁ ଦୂରେଇ ଯାଆନ୍ତୁ
Khabar Odisha:Lifestyle-Odisha-lifestyle-follow-renal-diet-and-avoid-these-items-to-prevent-kidney-diseases
ଭୁବନେଶ୍ୱର, ମାର୍ଚ୍ଚ ୧୪(ଖବର ଓଡ଼ିଶା):

ବ୍ୟସ୍ତ ବହୁଳ ଜୀବନରେ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା କଷ୍ଟ ହୋଇପଡ଼ିଲାଣି । ଏହାର ପ୍ରଭାବ ସିଧାସଳଖ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି । ହୃଦରୋଗ ,ମୋଟାପଣ ,ଡ଼ାଇବେଟିସ ସହ କିିଡ଼ନୀ ଖରାପ ଭଳି ରୋଗ ଶରୀରକୁ ମାଡ଼ିବସେ । ତେଣୁ ଆସନ୍ତୁ ଜାଣିବା 

ରିନଲ ଡ଼ାଏଟ ଏପରି ଏକ ଜିନିଷ ଯାହା ଦ୍ୱାରା ଶରୀରରୁ  ସୋଡ଼ିଅମ ,ଫସଫରସ ,ପ୍ରୋଟିନର ମାତ୍ରା କମ ହୋଇଯାଇଥାଏ । ଏହା ଫଳରେ ଶରୀର ରକ୍ତରେ ଦରକାର ପଦାର୍ଥର ପରିମାଣ କମ କରାଇବାରେ ସାହଯ୍ୟ କରିଥାଏ । ଲୁଣରୁ ସୋଡ଼ିଅମ ପ୍ରଚୁର ମାତ୍ରାରେ ମିଳିଥାଏ । ଯଦି ଆପଣ ଆପଣଙ୍କ ଦୈନନ୍ଦିନ ଜୀବନରୁ ସୋଡ଼ିଅମର ମାତ୍ରା କମ କରିଦିଅନ୍ତି ତେବେ ଆପଣ କିଡ଼ନୀ ସମ୍ବନ୍ଧିତ ରୋଗରୁ କିଛି ମାତ୍ରାରେ ଦୂରେଇ ଯାଇପାରିବେ । 

ଲୁଣ ବଦଳରେ ଆପଣ ଲେମ୍ବୁ ,ଗୋଲମରିଚ ,ବିକଳ୍ପ ଅକାରରେ ବ୍ୟବହାର କରିପାରିବେ । ବଜାରରେ ମକ୍ଟଳରଥିବା ଫାଷ୍ଟପୁଡ଼ରୁ ଦୂରରେ ରୁହନ୍ତୁ କାରଣ ସେଥିରେ ପ୍ରଚୁର ପରିମାଣର ଖରାପ ତେଲ ଓ ଲୁଣ ରହିଥାଏ । ପୋଟାସିୟମ ଶରୀର ପାଇଁ ଅତି ଆକଶ୍ୟକ ହୋଇଥାଏ । କିନ୍ତୁ କିଡ଼ନୀ ଠିକ ଭାବେ କାର୍ଯ୍ୟ ନ କରେ ତେବେ ଶରୀରରେ ପୋଟାସିୟମର ।ମତ୍ରା ବଢିଯାଏ । ଫଳରେ  ହୃଦରୋଗର ଆଶଙ୍କା ରହିଥାଏ ।

Subscribe

National International State Sports Entertainment