ଏଥର ଘରେ ପ୍ରସ୍ତୁତ କରନ୍ତୁ ପଣଷ କସା ଓ ଏହାର ମଜା ନିଅନ୍ତୁ
Khabar Odisha:Lifestyle-Odisha-jackfruit-curry-recipe
ଭୁବନେଶ୍ୱର, ମାର୍ଚ୍ଚ ୧୩ (ଖବର ଓଡ଼ିଶା) :

 ପଣଷ ସମସ୍ତଙ୍କୁ ଖାଇବାକୁ ଭଲ ଲାଗେ । କଞ୍ଚା ପଣଷକୁ ତରକାରୀ ,କସା ଓ ଚିପ୍ସ ମଧ୍ୟ ବନାଇ ପାରିବେ । ଖରାଦିନ ଆରମ୍ଭ ହୋଇଛି । ଏହି ଦିନରେ ପଣଷ ଭଲ ମିଳିଥାଏ । ତେବେ ଆସନ୍ତୁ ଜାଣିବା ପଣଷ କସା କିପରି ପ୍ରସ୍ତୁତ ହୋଇଥିଲା ।

ସାମଗ୍ରୀ : 

ଆଳୁ : ଗୋଟିଏ ସିଝା ଆଳୁ

ଟମାଟୋ :୨ଟି

ପିଆଜ :୨ଟି 

ଅଦାରସୁଣ ପେଷ୍ଟ : ୧ଚାମଚ

ଗରମ ମସଲା :ଅଧା ଚାମଚ

ଚିଲ୍ଲୀ ପାଉଡ଼ର : ୧ଚାମଚ

ଧନିଆ ପାଉଡ଼ର : ୧ ଚାମଚ

ହଳଦୀ ଗୁଣ୍ଡ : ଅଳ୍ପ

ଲୁଣ : ସ୍ୱାଦ ଅନୁସାରେ 

ଅଳେଇଚ ,ଡ଼ାଲଚିନି : ଅଳ୍ପ

ଶୁଖିଲା ଲଙ୍କା :୨ଟି

ତେଲ : ୨ଚାମଚ

ଧନିଆ ପତ୍ର : ଅଳ୍ପ

ପ୍ରସ୍ତୁତି ପ୍ରଣାଳୀ : ହାତରେ ତେଲ ଲଗାଇ ପଣସର ଉପର ଚୋପା ବାହାର କରି ଛୋଟ ଛୋଟ କାଟି ଗୋଟିଏ ପାତ୍ରରେ ରଖିବେ । ଆଳୁ ଛୋଟ ଛୋଟ କାଟି ଅଲଗା ପାତ୍ରରେ ରଖିବେ । ଆଳୁ ଓ ପଣସକୁ ଅଳ୍ପ ହଳଦୀଗୁଣ୍ଡ ଓ ସ୍ୱାଦନୁସାରେ ଲୁଣ ପକାଇ ସିଝାନ୍ତୁ । ଏହା ପରେ ସିଝା ପରିବାକୁ ଏକ ପାତ୍ରକୁ ବାହାର କରି ରଖନ୍ତୁ । ଗ୍ୟାସ ଅନ କରି କଢେଇ ବସାନ୍ତୁ । ସେଥିରେ ତେଲ ପକାଇ ଗରମ କରନ୍ତୁ । ଏହାପରେ ସେଥିରେ ପଞ୍ଚ ଫୁଟଣ ,ପିଆଜ ,ଅଦାରସୁଣ ପେଷ୍ଟ ,ଅଳେଇଚ ,ଡ଼ାଲଚିନି ,ଶୁଖିଲା ଲଙ୍କା ପକାଇ ଭଲ ଭାବେ ଭାଜିବେ । ଭଲ ଭାବେ ଭାଜିହେବା ପରେ ସେଥିରେ କଟା ଟମାଟୋ ପକାଇ ଭାଜନ୍ତୁ । ଏହା ପରେ ସେଥିରେ ସିଝା ପରିବା ପକାନ୍ତୁ । ସେଥିରେ ଲଙ୍କା ଗୁଣ୍ଡ ,ହଳଦୀ ଗୁଣ୍ଡ ,ମସଲାଗୁଣ୍ଡ , ଧନିଆ ପାଉଡ଼ର ,ଅଳ୍ପ ଲୁଣ ଆଦି ପକାନ୍ତୁ । ସେଥିରେ ଅଧା କପ ପାଣି ପକାନ୍ତୁ । କଢେଇଟିକୁ ଘୋଡ଼ାଇ ଦିଅନ୍ତୁ । ଅଳ୍ପ ଜାଳରେ କିଛି ସମୟ ମସଲାଟି ପରିବା ସହ ମିଶି ଯିବା ପରେ ଗ୍ୟାସ ଅଫ କରିଦିଅନ୍ତୁ । ପ୍ରସ୍ତୁତ ହୋଇଯିବ ପଣଷ କସା ।

Subscribe

National International State Sports Entertainment