ଓଜନ ବୃଦ୍ଧି କାରଣରୁ ଆପଣ ଚିନ୍ତିତ କି ?
Khabar Odisha:Lifestyle-Odisha-harmone-imbalance-is-the-reason-of-weight-gain
ଭୁବନେଶ୍ୱର,ମାର୍ଚ୍ଚ ୦୪(ଖବର ଓଡ଼ିଶା):

ଓଜନ ବୃଦ୍ଧି ପାଇବା ଲୋକଙ୍କ ଜୀବନରେ ଏକ ବିରାଟ ସମସ୍ୟା ପାଲଟି ଗଲାଣି । ଅନେକ ଲୋକ ନିଜର ଓଜନ କମାଇବାକୁ ନେଇ ଖୁବ୍‌ ଚିନ୍ତିତ ହୋଇପଡ଼ୁଛନ୍ତି। କିଏ ଏଥିପାଇଁ ଔଷଧ ସେବନ କଲାଣି ତ କିଏ ବ୍ୟାୟାମଶାଳାରେ ଘଣ୍ଟା ଘଣ୍ଟା ସମୟ ବିତାଉଛନ୍ତି। କିନ୍ତୁ ଖାଦ୍ୟପେୟ ଦ୍ୱାରା ଓଜନ ବଢିନଥାଏ । ଶରୀରରେ ଓଜନ ବୃଦ୍ଧିର ମୂଳ କାରଣ ହେଉଛି ହରମନର ସନ୍ତୁଳନ ଠିକ ନରହିବା । କିପରି ଏଥିରୁ ମୁକ୍ତି ପାଇବେ ଆସନ୍ତୁ ଜାଣିବା ...

ବେଳେ ବେଳେ ଓଜନ ବୃଦ୍ଧି ଆମ ଜୀବନରେ ଅଧିକ ଦେଖାଦେଇଥାଏ । ଶରୀରରେ ହରମନର ପରିମାଣ ଠିକ ହୋଇନଥାଏ । ଓବେସିଟି ,ଖାଦ୍ୟ ଆଲାର୍ଜି ,କିମ୍ବା ପାଚନକିୟାରେ ଗଡ଼ବଡ଼ ହେବା ସହ ବାଧ୍ୟ ହୋଇ କାର୍ଯ୍ୟ କରିବା ଦ୍ୱାରା ହରମନର ସନ୍ତୁଳନ ରହିନଥାଏ । ହରମନରେ କିଛି ପରିବର୍ତ୍ତନ ଆସିଲେ ନିଜ ଶରୀରର ଆକାର ବଦଳିଯାଏ , ବେକ ପାଖରେ ଚର୍ବି  ବୃଦ୍ଧି ପାଇବା ,ଚୁଟ଼ି ଝଡ଼ିବା ବର ଖରାପ ହେବା , ନଖର ରଙ୍ଗ ପରିବର୍ତ୍ତନ ହେବା ,ତ୍ୱଚା ଶୁଖିଲା ଦେଖାଯିବା ଭଳି ସମସ୍ୟା ଦେଖାଯାଏ ।

ନିଜକୁ ଫିଟ ରଖିବା ପାଇଁ ଚେଷ୍ଟା କରନ୍ତୁ । ଖାଦ୍ୟପେୟରେ ପୋଷକ ତତ୍ୱ କମ ହେବା କାରଣରୁ ହରମନ ଠିକ ସଂଚାଳିତ ହୋଇନଥାଏ । ତେଣୁ ଠିକ ସମୟରେ ଶୋଇବା ଭଲ  ଏବଂ ବାହାର ଖାଦ୍ୟ ଠାରୁ ଦୂରେଇ କରିବା ଦ୍ୱାରା ନିଜ ଶରୀରର ଓଜନ ସନ୍ତୁଳିତ ହୋଇ ରହିବ । ଖାସ୍ କରି ଠିକ୍ ସମୟରେ ଶୁଅନ୍ତୁ ଏବଂ ଖାଦ୍ୟ ଗ୍ରହଣ କରନ୍ତୁ।

Subscribe

National International State Sports Entertainment