ଏଥର ସହଜରେ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମାଛ ତରକାରୀ
Khabar Odisha:Lifestyle-Odisha-fish-curry-recipe
ଭୁବନେଶ୍ୱର,ମାର୍ଚ୍ଚ ୦୨(ଖବର ଓଡ଼ିଶା):

 ମାଛ ଶରୀର ପାଇଁ ଅତି ଉପକାରୀ ହୋଇଥାଏ । ଲୋକମାନେ ଆମିଷ ଖାଇବାକୁ ମଧ୍ୟ ଭଲ ପାଇଥାନ୍ତି । ଏହି ବ୍ୟଞ୍ଜନଟି ପ୍ରସ୍ତୁତ କରିବାକୁ ଯେତେ ସହଜ ଖାଇବାକୁ ମଧ୍ୟ ସେତେ ସ୍ୱାଦିଷ୍ଟ ହୋଇଥାଏ । ଆପଣ ଏହି ଖାଦ୍ୟଟିିକୁ କୋ÷ଣସି ସମୟରେ ମଧ୍ୟ ଘରେ ପ୍ରସ୍ତୁତ କରିପାରିବେ । ଏହାକୁ ଭାତ କିମ୍ବା ପରଟା ସହ ମଧ୍ୟ ଖାଇପାରିବେ ।ଆସନ୍ତୁ ଜାଣିବା ମାଛ ତରକାରୀର ପ୍ରସ୍ତୁତି କିପରି କରାଯାଏ ...

ସାମଗ୍ରୀ : 

ମାଛ :୬୦୦ଗ୍ରାମ 

ଲେମ୍ବୁ ରସ :୩ ଚାମଚ

ଦହି :୬ଚାମଚ                 

ଅଦା ପେଷ୍ଟ : ଗୋଟେ ଚାମଚ 

ଲାଲ ସିମଲା ଲଙ୍କା : ଗୋଟିଏ 

ଧନିଆ ପାଉଡ଼ର : ୨ଚାମଚ

ଲୁଣ : ସ୍ୱାଦ ଅନୁସାରେ 

ହଳଦୀ ପାଉଡ଼ର : ୧ ଚାମଚ 

ଜୀରା ପାଉଡ଼ର : ୨ଚାମଚ

ଗରମ ମସଲା : ୩ଚାମଚ

ଧନିଆ ପତ୍ର : ଅଳ୍ପ 

ପ୍ରସ୍ତୁତି ପ୍ରଣାଳୀ :  

ପ୍ରଥମେ ମାଛକୁ ଗୋଟିଏ ପାତ୍ରରେ ବାହାର କରି ଭଲ ଭାବେ ଧୋଇ ନିଅନ୍ତୁ । ଏହା ପରେ ଗୋଟିଏ ପାତ୍ରରେ ଲେମ୍ବୁ ରସ ,ଦହି , ଅଦା ପେଷ୍ଟ , ଲାଲ ସିମଲା ଲଙ୍କା ଧନିଆ ପାଉଡ଼ର , ଲୁଣ , ହଳଦୀ ପାଉଡ଼ର. ଜୀରା ପାଉଡ଼ର ପକାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ମାଛକୁ ସେହି ମିଶ୍ରଣରେ ପକାଇ ୨୫ରୁ ୩୦ ମିନିଟ ଯାଏ ଛାଡ଼ି ଦିଅନ୍ତୁ । ସେହି ମିଶ୍ରଣର ମସଲାଟି  ମାଛରେ ଜରିଯିବା ପରେ ସ୍ୱାଦ ଭଲ ଆସେ । ଏହା ପରେ ଗ୍ୟାସ ଅନ୍ କରନ୍ତୁ । ସେଥିରେ ଏକ କଢେଇ ବସାଇ ତେଲ ଗରମ କରନ୍ତୁ । ତେଲଟି ଗରମ ହୋଇଯିବା ପରେ ସେଥିରେ ମିଶ୍ରଣରେ ଥିବା ମାଛକୁ ପକାନ୍ତୁ । ମାଛଟି ଭଲ ଭାବେ ଗୋଲ୍ଡେନ ବ୍ରାଉନ ହେବା ଯାଏଁ ଭାଜନ୍ତୁ । ଦୁଇ ସାଇଡ଼ ଭାଜି ହୋଇଯିବା ପରେ ସେଥିରେ ଗରମ ମସଲା ଗୁଣ୍ଡ ପକାଇ ଅଳ୍ପ ପାଣି ଦିଅନ୍ତୁ । ଝୋଳଟି  ଅଳ୍ପ ମୋଟା ହୋଇଯିବା ପରେ ମାଛକୁ ଏକ ପାତ୍ରକୁ ବାହାର କରିନିଅନ୍ତୁ । ଏହାକୁ ଧନିଆ ପତ୍ର ଦେଇ ସଜାନ୍ତୁ । 

Subscribe

National International State Sports Entertainment