ପିମ୍ପଲ ଓ କଳାଦାଗ ପାଇଁ ଅତି ଉପକାରୀ କଲରା
Khabar Odisha:Lifestyle-Odisha-beauty-benefits-of-bitter-gourd
ଭୁବନେଶ୍ୱର, ମାର୍ଚ୍ଚ ୦୬(ଖବର ଓଡ଼ିଶା):

 କଲରା ଖାଇବା ପାଇଁ ପାଟିକୁ ପିତା ଲାଗିଥାଏ କିନ୍ତୁ ସ୍ୱାସ୍ଥ୍ୟପାଇଁ ଏହା ଅତି ଉପକାରୀ । କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ଏହା ତ୍ୱଚା ପାଇଁ ମଧ୍ୟ ବହୁତ ଦରକାର ହୋଇଥାଏ । ଏଥିରେ ଆଣ୍ଟିମାଇକ୍ରୋବିୟଲ ଗୁଣ ଭରପୁର ଥାଏ ତେଣୁ ଏହା ଶୁଷ୍କ ଓ ମଳିନ ପଡ଼ିଥିବା ତ୍ୱଚାକୁ ଠିକ କରିବା ପାଇଁ ଅଧିକ ସାହାଯ୍ୟ କରିଥାଏ ।

ପିମ୍ପଲ ଓ କଳାଦାଗ:

 କଲରା ଜୁସ ପ୍ରସ୍ତୁତ କରି ସେଥିରେ ଦୁଇ ଚାମଚ କମଳା ରସ ମିଳାନ୍ତୁ । ଏହି ପ୍ରସ୍ତୁତ ମିଶ୍ରଣକୁ ତୁଳା ସାହାଯ୍ୟରେ ପିମ୍ପଲ ଓ କଳାଦାଗ ପଡ଼ିଥିବା ସ୍ଥାନରେ ଲଗାନ୍ତୁ । ଏହାକୁ ୧୦ମିନିଟ ଯାଏଁ ଶୁଖିବାକୁ ଛାଡ଼ିଦିଅନ୍ତୁ । ପରେ ପାଣିରେ ମୁହଁ ଧୋଇନିଅନ୍ତୁ । ସପ୍ତାହରେ ଏହାକୁ ଦୁଇଥର ବ୍ୟବହାର କରନ୍ତୁ ଦେଖିବେ ଆପଣଙ୍କ ଚେହେରା ଚମକିବ । କଲରା ପତ୍ରକୁ ମଧ୍ୟ ବ୍ୟବହାର କରି ଆପଣ ପିମ୍ପଲରୁ ମୁକ୍ତି ପାଇପାରିବେ ।

ଗୋରାପଣ : ଟମାଟୋ ,କଲରା ,ଓ ଲେମ୍ବୁର ରସ ମିଶାଇ ରାତିରେ ମୁଖ ଓ ବେକରେ ଲଗାନ୍ତୁ ।ସକାଳେ ଉଠିବା ପରେ ଏହାକୁ ଧୋଇଦିଅନ୍ତୁ । ଦେଖିବେ କିଛି ଦିନ ମଧ୍ୟରେ ଆପଣଙ୍କ ଚେହେରାରୁ କଳା ଦାଗ ଲିଭିଯାଇ ଗୋରାପଣ ପାଇ ପାରିବେ ।

ତ୍ୱଚା :

ତ୍ୱଚାକୁ ଭିତରୁ ସଫା ରଖିବା ପାଇଁ କଲରା ଅତି ଆବଶ୍ୟକ । କଲରା ରସ ସେବନ କରିବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାଥଁ ବାହାରି ଯାଇଥାଏ । କଲରାରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟସ ତ୍ୱଚାକୁ ଡ଼ିଅକ୍ସିଫାଇ କରିଥାଏ ।

Subscribe

National International State Sports Entertainment