ପର୍ବପର୍ବାଣୀରେ ପ୍ରସ୍ତୁତ କରନ୍ତୁ ଆରିସା ପିଠା
Khabar Odisha:Lifestyle-Odisha-arisha-pitha-recipe
ଭୁବନେଶ୍ୱର , ଫେବୃଆରୀ ୦୯(ଖବର ଓଡ଼ିଶା):

 ଓଡ଼ିଶାରେ ପ୍ରାୟତଃ  ଅଧିକ ପର୍ବପର୍ବାଣୀ ପାଳନ କରାଯାଏ । ତେବେ ଆସନ୍ତୁ ଏପରି ଏକ ଓଡ଼ିଆ ପିଠାର ପ୍ରସ୍ତୁତ ପ୍ରଣାଳୀ ଜାଣିବା ଯାହା ଆପଣ ସହଜରେ ଘରେ କିଛି ପୂଜାରେ ପ୍ରସ୍ତୁତ କରିପାରିବେ ।

ସାମଗ୍ରୀ :

 ଚିନି : ଗୋଟିଲ ଗ୍ଲାସ

ଚାଉଳ ଚୂନା : ଚାରି ଗ୍ଳାସ

ରାଶି: ଅଳ୍ପ ପରିମାଣର

ପାଣି :

ତେଲ : ଛାଣିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ : ଗୋଟିଏ ପାତ୍ର ନେଇ ସେଥିରେ ଚିନି ପକାନ୍ତୁ । ସେଥିରେ ପାଣି ପକାନ୍ତୁ । ଚିନି ଓ ପାଣି ମିଶ୍ରଣକୁ ଗ୍ୟାସ ଅନ କରି ସେଥିରେ ବସାନ୍ତୁ । ବାରମ୍ବାର ତାକୁ ଘାଟନ୍ତୁ। ସିରାକୁ ଗୋଟିଏ ଛୋଟ କପରେ ପାଣି ନେଇ ସେଥିରେ ଅଳ୍ପ ପକାନ୍ତୁ । ଯଦି ତାହା ସେଥିରେ ଗୋଟିଏ ପାକକୁ ଆସି ଲାଗିଯାଏ ତେବେ ଜାଣିବେ ପାଗ ତିଆରି ହେଲା । ଗ୍ୟାସ ବନ୍ଦକରି ସେହି ପାଗକୁ ବାହାର କରନ୍ତୁ । ସେଥିରେ ଚାଉଳ ଚୁନା ପକାଇ ଆସ୍ତେ ଆସ୍ତେ ଗୋଳାନ୍ତୁ । ସେଥିରେ ଅଳ୍ପ ଗରମ ତେଲ ପକାନ୍ତୁ । ଅନ୍ୟ ଏକ କଢେଇରେ ତେଲ ଗରମ କରନ୍ତୁ । ପାଗକୁ ଛୋଟ ଛୋଟ ଗୁଳା କରି କାକରା ଆକାରରେ ବନାନ୍ତୁ । ତାକୁ ଗରମ ହୋଇଥିବା ତେଲରେ ଛାଣନ୍ତୁ । ପ୍ରସ୍ତୁତ ହୋଇଯିବ ଆପଣଙ୍କର ଆରିସା ପିଠା ।

Subscribe

National International State Sports Entertainment