ଟେଡ୍ଡି ଡେରେ ନିଜ ସାଥୀଙ୍କୁ ଗିଫ୍ଟ କରନ୍ତୁ ଟେଡି
Khabar Odisha:Lifestyle-Odisha-Teddy-day
ଭୁବନେଶ୍ୱର,ଫେବୃଆରୀ ୧୦(ଖବର ଓଡ଼ିଶା):

 ଆଜି ଭାଲେନଟାଇନ ସପ୍ତାହର ଚତୁର୍ଥ ଦିନ । ପ୍ରେମୀଯୁଗଳମାନେ ଏହି ଦିନଟିକୁ ଟେଡ୍ଡି ଡେ ଭାବରେ ପାଳନ କରିଥାନ୍ତି । ପ୍ରେମୀଯୁଗଳମାନେ ଏହି ଦିନକୁ ନେଇ ଅନେକ ଖୁସି ଥାଆନ୍ତି । ତେବେ ଏହି ଦିନରେ ପ୍ରେମୀଯୁଗଳ ମାନେ ଜଣେ ଅନ୍ୟ ଜଣଙ୍କୁ ଟେଡ୍ଡି ଦେଇ ପ୍ରେମ ନିବେଦନ କରିଥାନ୍ତି । ଏହି ଦିନପାଇଁ ଯୁବକଯୁବତୀ ଅନେକ ପ୍ଲାନ ରଖିଥାନ୍ତି । ଆପଣ ମଧ୍ୟ ଭାବୁଥିବେ ଆପଣଙ୍କ ପାର୍ଟନରକୁ ଟେଡ୍ଡି ଦେଇ ତାଙ୍କୁ ସ୍ପେସିଆଲ ଫିଲ କରାଇବା ପାଇଁ ଚାହୁଁଥିବେ ।

ତେବେ ଟେଡ୍ଡି  ଡେ କେବଳ ପ୍ରେମୀଯୁଗଳଙ୍କ ପାଇଁ ହୋଇ ନଥାଏ ଆପଣ ମଧ୍ୟ ସାଙ୍ଗସାଥୀ ଓ ବନ୍ଧୁବର୍ଗଙ୍କ ସହ ପାଳନ କରିପାରିବେ ।  ଆପଣ ମଧ୍ୟ ନିଜ ପାର୍ଟନରଙ୍କୁ ଉପହାରରେ ଟେଡ୍ଡି ଦେଇ ତାଙ୍କୁ ଖୁସି କରାଇପାରିବେ ।

ପ୍ରେମ ସପ୍ତାହରେ ଏହି ଦିନ ପ୍ରେମୀଯୁଗଳ ପରସ୍ପରକୁ ଟେଡ୍ଡି ଦେବା ଦ୍ୱାରା ପ୍ରେମ ସମ୍ପର୍କ ଅଧିକ ମଧୁର ଓ ନିବିଡ଼ ହୋଇଥାଏ ବୋଲି କୁହାଯାଏ । ନିଜ ପ୍ରେମିକା ଓ ପ୍ରେମିକକୁ ବିଭିନ୍ନ ରଙ୍ଗର ଟେଡ୍ଡି ଦେଇ ସ୍ପେସିଆଲ ଅନୁଭବ କରାନ୍ତି । ଟେଡ୍ଡି ଡ଼େରେ ମନପସନ୍ଦର ଚକୋଲେଟ ଦେଇ ନିଜ ମନର ମଣିଷକୁ ଖୁସି କରାନ୍ତୁ। ପ୍ରାୟତଃ ଯୁବଗୋଷ୍ଠୀ ଭିଡ଼ିଓ ମେକିଙ୍ଗ ଆପରେ ଫୋଟ ଭିଡ଼ିଓ କରିବା ସହ ହାତ ତିଆରି କାର୍ଡ଼ ଓ ଉପହାର ଦେଇ ନିଜ ପ୍ରେମ ନିବେଦନ କରିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ଏହା ସହିତ ତାଙ୍କୁ ଟେଡ୍ଡି ଗିଫ୍ଟ କରନ୍ତୁ । ଦେଖିବେ ସେ ଖୁସି ହେବେ ,ଏହା ଦ୍ୱାରା ଆପଣଙ୍କ ପ୍ରେମ ସକ୍ସେସ ହେବ ।

Subscribe

National International State Sports Entertainment