ଭାରତର ଏମିତି କିଛି ମନ୍ଦିର, ଯେଉଁଠି ପୁରୁଷଙ୍କ ପ୍ରବେଶ ନିଷେଧ
Khabar Odisha:Lifestyle-Odisha-List-of-temples-where-man-are-not-allowed-pushkar-temple-attukal
ଭୁବନେଶ୍ୱର, ଏପ୍ରିଲ ୦୨(ଖବର ଓଡ଼ିଶା):

ଭାରତରେ ଏମିତି କିଛି ମନ୍ଦିର ରହିଛି ଯେଉଁଠାରେ ମହିଳାଙ୍କୁ ପ୍ରବେଶ କରିବାକୁ ଦିଆଯାଇନଥାଏ । କିନ୍ତୁ କିଛି ମନ୍ଦିର ବା ଧାର୍ମିକ ସ୍ଥଳୀ ରହିଛି ଯେଉଁଠାରେ ପୁରୁଷଙ୍କ ପ୍ରବେଶ ନିଷେଧ ରହିଛି। ଏହି ମନ୍ଦିର ଗୁଡ଼ିକରେ କେବଳ ମହିଳା ପୂଜା କରିପାରିବେ । ଆସନ୍ତୁ ଜାଣିବା ଭାରତରେ ଏପରି କେଉଁ କେଉଁ ମନ୍ଦିର ରହିଛି ...

କେରଳରେ ଥିବା ଆଟ୍ଟୁକାଳ ଭଗବତୀ ମନ୍ଦିର ମହିଳାଙ୍କ ନିମନ୍ତେ ସମର୍ପିତ । ସେହି ମନ୍ଦିରରେ ପୁରୁଷଙ୍କ ପ୍ରବେଶ ନିଷେଧ ରହିଛି । ସେଠାରେ ପୋଙ୍ଗଲ ପର୍ବ ଧୁମଧାମରେ ପାଳନ କରାଯାଏ । ପୋଙ୍ଗଲ ଉତ୍ସବରେ ୩୦ଲକ୍ଷ ମହିଳା ଭାଗ ନେଇ ଗିିନିଜ ବୁକ ଅଫ ୱାଲ୍ଡରେ ରେକର୍ଡ଼ କରିଛନ୍ତି । ଏହା ପରେ ବ୍ରହ୍ମାଙ୍କ ମନ୍ଦିରରେ ପୁରୁଷ ପ୍ରବେଶ କରିବା ମନା ହୋଇଥାଏ । ପୁରାଣ ଅନୁସାରେ ଭଗବାନ ବ୍ରହ୍ମାଙ୍କୁ ପୁଷ୍କର ନବୀ ତଟରେ ନିଜ ପତ୍ନୀ ମାଁ ସରସ୍ୱତୀଙ୍କ ସହ ଯଜ୍ଞ କରିବାର ଥିଲା । କିନ୍ତୁ କୌଣସି କାରଣରୁ ସରସ୍ୱତୀ ସେଠାରେ ପହଂଚିବାରେ ବିଳମ୍ବ ହୋଇଥିଲା ତେଣୁ ବ୍ରହ୍ମା ଗାୟତ୍ରୀଙ୍କ ସହ ବିବାହ କରି ଯଜ୍ଞ କରିଥିଲେ । ତେଣୁ ସରସ୍ୱତୀ ଅଭିଷାପ ଦେଇଥିଲେ ଯେ ସେହି ମନ୍ଦିରରେ କୌଣସି ବିବାହିତ ପୁରୁଷ ପ୍ରବେଶ କରିବେ ନାହିଁ । ସେହିପରି ତ୍ରୟମ୍ବକେଶ୍ୱର ମନ୍ଦିର ଓ ମାଁ ଭଗବତୀଙ୍କ ମନ୍ଦିରରେ ପୁରୁଷଙ୍କ ପଅବେଶ ନିଷେଧ ରହିଛି ।

Subscribe

National International State Sports Entertainment