ଏଥର ଖରାଦିନେ ଘରେ ପ୍ରସ୍ତୁତ କରନ୍ତୁ ଲସି
Khabar Odisha:Lifestyle-Odisha-How-to-prepare-lassi-at-home
ଭୁବନେଶ୍ୱର, ଏପ୍ରିଲ ୦୫(ଖବର ଓଡ଼ିଶା) :

ଖରାଦିନ ଆସିଲାଣି । ସମସ୍ତଙ୍କୁ ଖଣ୍ଡା ଖଣ୍ଡା ଜୁସ ,ଲସି ପିଇବାକୁ ଭଲ ଲାଗେ । ତେବେ ଆସନ୍ତୁ ଆଜି ଆମେ ଲସି କିପରି ପ୍ରସ୍ତୁତ ହୁଏ ଜାଣିବା ..

ସାମଗ୍ରୀ: 

ପାଚିଲା କଦଳୀ : ୨ଟି

ଦହି : ଏକ କପ

ଚିନି : ମିଠା ଅନୁସାରେ

ପିସ୍ତା ବାଦାମ , କାଜୁ : ଅଳ୍ପ

ବରଫ ଖଣ୍ଡ : ଅଳ୍ପ

ବର୍ନଭିଟା : ୨ ଚାମଚ

ନଡ଼ିଆ କୋରା : ଅଳ୍ପ

ପ୍ରସ୍ତୁତି ପ୍ରଣାଳୀ : ସର୍ବପ୍ରଥମେ ପାଚିଲା କଦଳୀରୁ ଚୋପା ବାହାର କରି ତାକୁ ଛୋଟ ଛୋଟ ଖଣ୍ଡ କରି କାଟି ଏକ ପାତ୍ରରେ ରଖନ୍ତୁ  । ଏହା ପରେ କଟା ହୋଇଥିବା କଦଳୀ, ଦହି ଓ ବରଫଖଣ୍ଡ ଓ ଚିନିକୁ ପକାଇ ଗ୍ରାଇଣ୍ଡରରେ ଭଲ ଭାବେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଲସି। ଏହାକୁ ଏକ ଗ୍ଲାସରେ ବାହାର କରି ତା ଉପରେ ଜାଜୁ, ନଡ଼ିଆ କୋରା, ବର୍ନଭିଟା,ପିସ୍ତା ବାଦାମ ଓ କାଜୁ ପକାଇ ଘର ଲୋକଙ୍କୁ ପିଇବାକୁ ଦେଇପାରିବେ ।

Subscribe

National International State Sports Entertainment